Advertisment

12 killed in Mass Shooting: ଚାଲୁଥିଲା ଉତ୍ସବ, ଆନନ୍ଦରେ ମସଗୁଲ ଥିଲେ ଲୋକେ, ଆତତାୟୀ କଲେ ଆଖିବୁଜା ଗୁଳିମାଡ଼

ମେକ୍ସିକୋର ଗୁଆନଜୁଆଟୋ ରାଜ୍ୟ ଇରାପୁଆଟୋ ସହରରେ ସେଣ୍ଟ ଜନ ଦି ବାପ୍ଟିଷ୍ଟଙ୍କ ସମ୍ମାନାର୍ଥେ ଏକ ପଥ ଉତ୍ସବରେ ସ୍ଥାନୀୟ ଲୋକମାନେ ନାଚୁଥିବା ବେଲେ ଆତତାୟୀଙ୍କ ଗୁଳିମାଡରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ।

ଅଦ୍ୟତନ ହୋଇଛି
shoot

shoot

Advertisment

ଉତ୍ସବ ମନାଇବା ବେଳେ ଚାଲିଗଲା ଜୀବନ । କିଛି ଭାବିବା ପୂର୍ବରୁ ଘଟିଗଲା ବଡ ଅଘଟଣ । ସମସ୍ତେ ଆନନ୍ଦରେ ମସଗୁଲ ଥିବା ବେଳେ ଆତତାୟୀ ଖେଳିଥିଲେ ଆତଙ୍କ । ଗୁଳି ଚଳାଇ ନେଇଗଲେ ୧୨ଟି ଜୀବନ । ବୁଧବାର ଦିନ ମେକ୍ସିକୋର ଗୁଆନଜୁଆଟୋ ରାଜ୍ୟ ଇରାପୁଆଟୋ ସହରରେ ଏକ ପଥ ଉତ୍ସବ ସମୟରେ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ରାତି ସାରା ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ସେଣ୍ଟ ଜନ ଦି ବାପ୍ଟିଷ୍ଟଙ୍କ ସମ୍ମାନାର୍ଥେ ସ୍ଥାନୀୟ ଲୋକମାନେ ନାଚୁଥିବା ଏବଂ ମଦ୍ୟପାନ କରୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା । 

Advertisment

ଅଧିକ ପଢନ୍ତୁ: ଦିବ୍ୟାଙ୍ଗଙ୍କୁ ହତ୍ୟା: ମୃତଦେହରେ ସିମେଣ୍ଟ ଗୋଳାଇ ସୁଟ୍‌କେସ୍‌ରେ ପ୍ୟାକ୍‌ କଲେ, ଟ୍ରଙ୍କରେ ପୂରାଇ ଫିଙ୍ଗିଦେଲେ

ସୋସିଆଲ ମିଡିଆରେ ପ୍ରସାରିତ ଏକ ଅସମ୍ପୂର୍ଣ୍ଣ ଭିଡିଓରେ ଗୁଳିକାଣ୍ଡ ଏବଂ ବିଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଲୋକମାନେ ଏକ ବ୍ୟାଣ୍ଡ ବାଜୁଥିବା ସମୟରେ ଏକ ହାଉସିଂ କମ୍ପେ୍ଲକ୍ସ ପାଟିରେ ନାଚୁଥିବା ଦେଖାଯାଉଛି । ତେବେ ଏହି ଅଘଟଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିବା ଇରାପୁଆଟୋର ଜଣେ ଅଧିକାରୀ କହିଛନ୍ତି । 

Advertisment

ଏହି ଘଟଣାକୁ ନେଇ ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସିନବୌମ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଗୁଆନଜୁଆଟୋ ମେକ୍ସିକୋର ଏକ ଉତ୍ତର-ପଶ୍ଚିମ ଅଞ୍ଚଳ । ମେକ୍ସିକୋର କେତେକ ଅପରାଧପ୍ରବଣ ଅଞ୍ଚଳ ମଧ୍ୟରୁ ଗୁଆନଜୁଆଟୋ ଅନ୍ୟତମ । ଏଠାରେ ଅପରାଧୀମାନେ ନିଶା କାରବାର ସହ ଅନ୍ୟାନ୍ୟ ଅପରାଧରେ ସମ୍ପୃକ୍ତ ରହିଥାନ୍ତି । ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଏଠାରେ ୧,୪୩୫ ହତ୍ୟାକାଣ୍ଡ ହୋଇଥିବା ରେକର୍ଡ କରାଯାଇଛି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଦୁଇ ଗୁଣ । 

Advertisment

ଏହା ବ୍ୟତୀତ, ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସାରା ରାଜ୍ୟରେ ପୃଥକ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଗୁଆନଜୁଆଟୋ ଭଳି ସାନ ବାର୍ତୋଲୋ ଡି ବେରିୟସ ସହରରେ ଏକ କ୍ୟାଥୋଲିକ ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମ ସମୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । 

ଅଧିକ ପଢନ୍ତୁ: ଲୋକଙ୍କ ସାମନାରେ ପିଟି ପିଟି ମାରିଦେଲେ, କେହି ବଞ୍ଚାଇ ପାରିଲେନି

Mexico Gunmen Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ