Advertisment

Beaten To Death: ଲୋକଙ୍କ ସାମନାରେ ପିଟି ପିଟି ମାରିଦେଲେ, କେହି ବଞ୍ଚାଇ ପାରିଲେନି

୫ ଜଣ ଅଭିଯୁକ୍ତ ଟ୍ରେନ ଭିତରେ ତାଙ୍କୁ ଏତେ ପିଟିଥିଲେ ଯେ, ସେ ଚେତାଶୂନ୍ୟ ହୋଇପଡିଥିଲେ । ଖବର ପାଇ ପୋଲିସ ସେହି ବଗିରେ ପହଞ୍ଚି ଚାଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ମେଡିକାଲକୁ ନେଇଥିଲା । ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
murder

murder

ଟ୍ରେନରେ ଘରକୁ ଫେରୁଥିଲେ ଦୀପକ । ଘର ପାଇଁ କିଛି ଜିନିଷ ବି ସାଙ୍ଗରେ ଧରିଥିଲେ । କିଛି ସମୟ ପରେ ଘରେ ପହଞ୍ଚିଥାଆନ୍ତେ । ଖୁସି ମନରେ ଫେରୁଥିଲେ ସେ । କିନ୍ତୁ କିଏ ଜାଣିଥିଲା, ଚଳନ୍ତା ଟ୍ରେନରେ ତାଙ୍କ ଜୀବନ ଚାଲିଯିବ ବୋଲି । ଘରେ ପହଞ୍ଚିବା ଆଗରେ ସେ ଯମପୁରକୁ ଚାଲିଗଲେ । ଟ୍ରେନ ସିଟରେ ବସିବାକୁ ନେଇ ତାଙ୍କର ବଚସା ହୋଇଥିଲା । ସାମାନ୍ୟ ବଚସାକୁ କେନ୍ଦ୍ର କରି କିଛି ଯୁବକ ତାଙ୍କୁ ପିଟିପିଟି ଟ୍ରେନରେ ମାରିଦେଲେ । ୫ ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ।

Advertisment

୩୯ ବର୍ଷୀୟ ଦୀପକ ଯାଦବ ଦିଲ୍ଲୀରୁ ଟ୍ରେନ ଯୋଗେ ଉତ୍ତରପ୍ରଦେଶର ବାଗପତ୍ ଜିଲ୍ଲାରେ ଥିବା ତାଙ୍କ ଗାଁକୁ ଫେରୁଥିଲେ । ଏଥର ସେ ନୂଆ କରି ଟ୍ରେନରେ ଆସୁନଥିଲେ । ସେ ଦିଲ୍ଲୀରେ ଏକ ଶୋରୁମରେ ଚାକିରି କରନ୍ତି । ପ୍ରତି ସପ୍ତାହରେ ସେ ଘରକୁ ଫେରନ୍ତି । ଘର କଥା ବୁଝି ପୁଣି ଦିଲ୍ଲୀ ଫେରିଯାଆନ୍ତି । ଏହା ତାଙ୍କ ପାଇଁ ନିତିଦିନିଆ କଥା ଥିଲା । ସେ ଶୁକ୍ରବାର ଦିନ ଦିଲ୍ଲୀ-ସାହାରାନପୁର ପାସେଞ୍ଜର ଟ୍ରେନରେ ଘରକୁ ଫେରୁଥିଲେ ।

ମୋରାଦାବାଦ ରେଲୱେ ପୋଲିସ ଏସପି ଆଶୁତୋଷ ଶୁକ୍ଲା କହିଛନ୍ତି, ଏହି ଟ୍ରେନରେ ସେ ପ୍ରାୟ ସମୟରେ ଯିବା ଆସିବା କରନ୍ତି । ଦୀପକ ତାଙ୍କ ଶଳା ସହ ଏହି ଟ୍ରେନରେ ଆସୁଥିଲେ । ଫଖରପୁର ରେଳଷ୍ଟେସନ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣ କରିଥିବା ଯୁବକମାନେ ଖେକରା ଅଞ୍ଚଳର । ଏହି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଛି । ୫ ଜଣ ଅଭିଯୁକ୍ତ ଟ୍ରେନ ଭିତରେ ତାଙ୍କୁ ଏତେ ପିଟିଥିଲେ ଯେ, ସେ ଚେତାଶୂନ୍ୟ ହୋଇପଡିଥିଲେ । ଖବର ପାଇ ପୋଲିସ ସେହି ବଗିରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ମେଡିକାଲକୁ ନେଇଥିଲା । ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ । 

Advertisment

ଅଧିକ ପଢ଼ନ୍ତୁ: ପିତୃହନ୍ତା ପୁଅ, ସାମାନ୍ୟ ବଚସାରୁ ପିଟି ପିଟି ମାରିଦେଲା...

ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩ ଓ ୧୯୧(୨) ଧାରାରେ ଏତଲା ରୁଜୁ କରିଛି । ୫ ଜଣଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି ।

ଦୀପକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ୧୫ ବର୍ଷ ହେଲା ସେ ଦିଲ୍ଲୀର ଏକ ଶୋରୁମରେ ଚାକିରି କରୁଥିଲେ । ଦୀପକଙ୍କ ସହ ତାଙ୍କର କେତେଜଣ ସାଙ୍ଗ ମଧ୍ୟ ଥିଲେ । ତେବେ ତାଙ୍କ ସାଙ୍ଗମାନେ ଟ୍ରେନରୁ ଓହ୍ଲାଇଯିବା ପରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ତାଙ୍କ ଶଳା ଓ ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଏଥିରେ ହସ୍ତକ୍ଷେପ କରିବାକୁ ଚାହିଁଥିଲେ ମଧ୍ୟ ପାରିନଥିଲେ। ୫ ଜଣ ଯାକ ଯୁବକ ହିଂସ୍ର ହୋଇପଡିଥିଲେ । କାହା କଥା ଶୁଣିନଥିଲେ । ମୁଣ୍ଡକୁ ବାରମ୍ୱାର ପିଟାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣ ଘଟଣାରେ ୨ ଗିରଫ, ଆତଙ୍କୀକୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଏମାନେ...

Murder Indian Railways Police Uttar Pradesh Man Beaten To Death
Advertisment
Advertisment