• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋରାପୁଟ ସାଇବର ପୁଲିସ ହାତରେ ବଙ୍ଗୀୟ ଠକ । ଅଭିଯୁକ୍ତ ଜଣକ ହେଲେ ନନ୍ଦିଗ୍ରାମ ଖଡ଼ମବାଡ଼ି ଗାଁର ୩୫ ବର୍ଷିୟ ମଳୟ ମାଇତି । ତା’ ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ସାଇବର ପୋଲିସ ଜବତ କରିଛି । ତା’ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଜବତ କରିଛି ସାଇବର ପୋଲିସ । ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟର ୨ଶହ ଲୋକଙ୍କ ନାଁ ଓ ମୋବାଇଲ ନମ୍ବର ରହିଛି ।

ଯେଉଁମାନେ ମଳୟ ମାଇତିର ଟାର୍ଗେଟରେ ଥିଲେ ବୋଲି ଜଣାପଡିଛି । ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ପୋଲିସ ! ମଳୟ ଏକ ଦୈନିକ ଖବର କାଗଜରେ ଏକ କମ୍ପାନୀ ପାଇଁ ମହିଳା ଓ ପୁରୁଷ ଆବଶ୍ୟକ ନେଇ ବିଜ୍ଞାପନ ପ୍ରକାଶ କରିଥିଲା । ଏହି ବିଜ୍ଞାପନ ଜାଲରେ ପଡ଼ି କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମାନସୀ ମିଶ୍ର ପାଇଥିଲେ ଏକ ନକଲି ନିଯୁକ୍ତି ପତ୍ର !

ଏହାସହ କୋରାପୁଟ ଜିଲ୍ଲାରେ ହିଟାଚି କମ୍ପାନୀର ATM ମେସିନ ଇନଷ୍ଟାଲ ପାଇଁ ବିଭିନ୍ନ ସ୍ଥାନ ନିରୂପଣ ସହିତ ଗ୍ରାହକ ଠିକ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସେହି ଅନୁଯାୟୀ, ମାନସୀ ଜିଲ୍ଲାର ପ୍ରାୟ ୧୦ ଜଣ ଲୋକଙ୍କୁ ଠିକ୍ କରିଥିଲେ । ସେମାନଙ୍କ ଠାରୁ ଅଗ୍ରୀମ ୧୫ରୁ ୨୦ ହଜାର ଟଙ୍କା ଲେଖାଏଁ ଆଣି ମଳୟଙ୍କୁ ଫୋନପେରେ ପଠାଇଥିଲେ ।

ପରେ ଠକାମୀର ଶିକାର ହୋଇଥିବା ଜାଣି ମାନସୀ ଗତ ଡ଼ିସେମ୍ବର ୨୭ରେ କୋରାପୁଟ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ।