Advertisment

କରୋନା ପାଇଁ ବାଜିରେ ଜୀବନ ! ବିପଦପୂର୍ଣ୍ଣ ଭାବେ କମ୍ପାନୀର କାନ୍ଥ ଡେଇଁ ପଳାୟନ କଲେ ଶ୍ରମିକ

ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍‌କୁ ଭାଙ୍ଗି ଦେଇଛନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
corona

corona

ପୁଣି ଚୀନରେ କରୋନା କଲାଣି କଲବଲ । ସଂକ୍ରମଣ ବଢୁଥିବା କାରଣରୁ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାର । ଆଉ ଏଥିପାଇଁ କମ୍ପାନୀରୁ ଲୁଚି ଘରକୁ ପଳାଉଛନ୍ତି କର୍ମଚାରୀ । ଚୀନର ଝାଙ୍ଗଝୋଇ ସହରରେ ଥିବା ଆଇଫୋନ୍ ଷ୍ଟ୍ରିଟ୍ ତଥା ଫ୍ୟାକ୍ଟ୍ରିରେ ଏଭଳି ଆତଙ୍କ ଖେଳିଯାଇଛି । ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରାଯାଉଛି। ଲକଡାଉନ୍ ଖବର ଶୁଣି ଆପଲ୍‌ କମ୍ପାନୀର ଶତାଧିକ ଶ୍ରମିକ କାରଖାନା ଛାଡି ଜୀବନ ବିକଳରେ ପଳାୟନ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍‌ ହେଉଛି ।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ଆପଲ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ଏତେ ଭୟଭୀତ ହୋଇ ପଡ଼ିଛନ୍ତି ନିଜ ଜୀବନକୁ ବି ବାଜିରେ ଲଗାଇ ଦେଇଛନ୍ତି । କାରଖାନାର ସୀମା ଡେଇଁ ସମସ୍ତେ ପଳାୟନ କରୁଥିବା ଦେଖିବାକୁ ମିଳୁଛି । କରୋନା ସମ୍ବନ୍ଧରେ ଚୀନ୍‌ର ଏହି କଠୋରତା କର୍ମଚାରୀଙ୍କ ପାଇଁ ଏକ ସମସ୍ୟା ହୋଇଯାଇଥିବା ବେଳେ ବର୍ତ୍ତମାନ ବହୁ ସଂଖ୍ୟକ କର୍ମଚାରୀ କାରଖାନା ଛାଡି ଦେଇଛନ୍ତି । ନିଜ ଜୀବନ ବଂଚାଇବାକୁ ପାଇଁ ଅନେକ କର୍ମଚାରୀ କମ୍ପାନୀରୁ କାମ ଛାଡି ଘରକୁ ପଳାଉଥିବାର ଦେଖାଯାଉଛି ।  ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍‌କୁ ଭାଙ୍ଗି ଦେଇଛନ୍ତି । ବହୁ ଲୋକ କମ୍ପାନୀ ତାର ବାଡ ଡେଇଁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ନିଜ ଘରକୁ ଚାଲି ଚାଲି ଯାଉଛନ୍ତି।

Advertisment

ବର୍ତ୍ତମାନ ସଂକ୍ରମଣ ବଢୁଥିବାରୁ ଭିଡ ସ୍ଥାନ ଗୁଡିକ ସହିତ ରେଷ୍ଟୁରାଂଟ୍‌, ମଲ୍‌, ଧାର୍ମିକ ସ୍ଥାନ ଆଦିରେ କଟକଣା ଲଗାଇଛି ପ୍ରଶାସନ । କେବଳ ଏତିକି ନୁହେଁ ବରଂ ବିନା କରୋନା ଟେଷ୍ଟରେ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି। ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ଲୋକମାନେ ପୁଣି ଥରେ ଗୃହବନ୍ଦୀ ଭାବରେ ଘରେ ରହୁଛନ୍ତି । ମୋଟ୍‌ ଉପରେ ଚୀନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରଭାବ କାରବାର ଉପରେ ମଧ୍ୟ ପଡିବାରେ ଲାଗିଛି ।

ତେବେ ଏନେଇ ଚୀନ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ନେଇ ସୂଚନା ମିଳିଛି । ବୈଠକରେ କେମିତି କରୋନା ସ୍ଥିତିର ମୁକାବିଲା କରାଯିବ ଏବଂ କେମିତି ସମସ୍ତେ ସୁରକ୍ଷିତ ରହିବେ ସେନେଇ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ତେହେ ପ୍ରତ୍ୟେକ ବର୍ଷ ଶୀତ ଦିନ ଆରମ୍ଭରେ ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢିଛି

China COVID Lockdown
Advertisment
Advertisment