• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସୁଧୁରୁଛି କରୋନା ସ୍ଥିତି । ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମ । ଏଭଳି ସ୍ଥିତିରେ ଦିଲ୍ଲୀ ସରକାର କିଛି ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି । ଏହା ବ୍ୟତୀତ ବର୍ତ୍ତମାନ ସିନେମା ହଲ୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି ।

ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ବେଗରେ ବ୍ରେକ୍ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୪୯୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ବୁଧବାର ଦିନ ଦିଲ୍ଲୀରେ ୫୭୬୦ କରୋନା ଚିହ୍ନଟ ହୋଇଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଡିଡିଏମଏ ବୈଠକରେ ନିଷ୍ପତ୍ତି

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀରେ ପ୍ରତିବନ୍ଧକ ହଟାଇବାକୁ ଦାବି ହୋଇଥିଲା । ଏହି ଅନୁରୋଧକୁ ବିଚାରକୁ ନେଇ ସରକାର କଟକଣା ହଟାଇଛନ୍ତି ।  ଏଭଳି ପରିସ୍ଥିତିରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ବୈଠକରେ ୱିକେଣ୍ଡ୍ କର୍ଫ୍ୟୁ ହଟାଇବା ସହିତ କିଛି ପ୍ରତିବନ୍ଧକ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଦିଲ୍ଲୀର ରାତି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି । 

ରାଜଧାନୀବାସୀ ଏହି ପ୍ରତିବନ୍ଧକରୁ ମୁକ୍ତି ପାଇବେ . .

  • ରାଜଧାନୀ ଦିଲ୍ଲୀରେ ୱିକେଣ୍ଡ୍ କର୍ଫ୍ୟୁ ହଟାଇ ଦିଆଯାଇଛି । ଦିଲ୍ଲୀରେ ଏବେ ସୁଦ୍ଧା ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ୱିକେଣ୍ଡ୍ କର୍ଫ୍ୟୁ ଲାଗୁ ହୋଇଥିଲା ।

 

  • ବିବାହ ସମାରୋହରେ ୨୦୦ ଲୋକ ଯୋଗ ଦେଇପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୧୫ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ପ୍ରଦାନ କରାଯାଇଥିଲା ।

 

  • ଦିଲ୍ଲୀରେ ଏବେ ଖୋଲିବ ସିନେମା ହଲ୍ । ହେଲେ କେବଳ ୫୦ ପ୍ରତିଶତ କ୍ଷମତାରେ ସିନେମା ଦେଖିଲେ ଲୋକେ ।

ସୂଚନାଯୋଗ୍ୟ ଦିଲ୍ଲୀରେ ୧୦୦% ହିତାଧିକାରୀ କରୋନାର ଟିକାର ଗୋଟିଏ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ୮୨% ଲୋକ ଦୁଇଟି ଯାକ ଡୋଜ୍‌ ନେଇଛନ୍ତି ।