• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ନେଇ ଗାଇଡଲାଇନ୍

  • ୬୦ ବର୍ଷରୁ ଅଧିକ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ : କିଶୋରଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବା ବେଳେ ସେମାନଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ ସ୍ଥିର ହୋଇଛି । ଟିକାକରଣ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଦର୍ଶାଯାଇଛି । ଯେଉଁ ପିଲାମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମଗ୍ରହଣ କରିଛନ୍ତି ସେମାନେ ଟିକା ନେବା ପାଇଁ ଯୋଗ୍ୟ ହେବେ । ଟିକା ନେବା ପାଇଁ ଅନଲାଇନ୍ କିମ୍ବା ଓ୍ୱାକ୍-ଇନରେ ବୁକିଂ କରିହେବ।  ଟିକାକରଣ ପାଇଁ କୋୱିନ ଆପ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଏହି ଆପ୍‌ରେ ଅତିରିକ୍ତ ସ୍ଲଟ ଭାବେ ଆଇଡି କାର୍ଡ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ନିଜ ଆଇଡି କାର୍ଡ ବ୍ୟବହାର କରି ଟିକା ପାଇଁ ପଞ୍ଜୀକରଣ କରିପାରିବେ ।

ସେହିପରି ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ନେଇ ମଧ୍ୟ ଗାଇଡଲାଇନ୍ ଆସିଛି । ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ବୁଷ୍ଟରଡୋଜ୍ ପାଇଁ ବି ଗାଇଲାଇନ୍ ଜାରି ହୋଇଛି । ଏହି ବର୍ଗର ବ୍ୟକ୍ତିମାନେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ଅର୍ଥାତ ୩୯ ସପ୍ତାହ ପୂରିଥିଲେ ବୁଷ୍ଟର ଡୋଜ୍ ନେଇପାରିବେ । କୋ-ଓ୍ୱିନରେ ଦ୍ୱିତୀୟ ଡୋଜ୍ ନେବାର ଯେଉଁ ତାରିଖ ପଞ୍ଜୀକୃତ ଥିବ, ସେବେଠାରୁ ୯ ମାସ ଗଣତି ହେବ । ବୁଷ୍ଟର ଡୋଜ୍ ନେବାର ସମୟ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ SMS ମାଧ୍ୟମରେ ସୂଚିତ କରାଯିବ । ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବ । କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍ ଦିଆ ଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ । ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦିଆଯିବ । କାରଣ ଡିସିଜିଆଇ କିଛି ଦିନ ତଳେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି । ଏହାବାଦ ଜାୟଡସ କାଡିଲା ଟିକା ମଧ୍ୟ ଛୋଟ ପିଲାମାନଙ୍କୁ ଦେବା ପାଇଁ ସ୍ୱୀକୃତି ଲାଭ କରିଛି। ହେଲେ ଏହା ଏଯାଏ ମାର୍କେଟକୁ ଆସିନି ।