Advertisment

ଡରାଉଛି ନୂଆ ଭାରିଆଣ୍ଟ, ରୁହନ୍ତୁ ସତର୍କ:ଏହି ସବୁ ଦେଶରୁ ଭାରତ ଆସିଲେ କରୋନା ଟେଷ୍ଟ୍‌ ବାଧ୍ୟତାମୂଳକ...

ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍‌କୁ ଭୟର କରିବାର କିଛି କାରଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଏଭଳି କହିଛନ୍ତି।

ଅଦ୍ୟତନ ହୋଇଛି
COVID Situation In India

COVID Situation In India

Advertisment

କୋଭିଡ୍‌ର ନୂଆ ଭାରିଆଣ୍ଟ ପାଇଁ ସତର୍କ ରୁହନ୍ତୁ। ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍‌କୁ ଭୟର କରିବାର କିଛି କାରଣ ନାହିଁ। ଗତକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଏଭଳି କହିଛନ୍ତି। ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ, ବ୍ୟାଙ୍କ୍‌କକ୍‌ରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏୟାର ସୁବିଧା ବାଧ୍ୟତାମୂଳକ କରାଯାଇଛି। ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀମାନେ ୪୮ଘଣ୍ଟା ପୂର୍ବରୁ RT–PCR ରିପୋର୍ଟ ଦେବାକୁ ପଡ଼ିବ। 

Advertisment

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର AIIMS ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ସେହିପରି ICMR ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ରାଜ୍ୟର ସ୍ୱାସ୍ଥ୍ୟ ସେବା ବାବଦରେ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସେ ପୁରୀ ଯାଇ ସପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ବୁଲିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: 'ଓଡ଼ିଶା ପାଇଁ କୋଭିଡ୍ ବିପଦ ଆଉ ନାହି'

ଅନ୍ୟପକ୍ଷେ, ଓଡ଼ିଶା ପାଇଁ କୋଭିଡ଼ ବିପଦ ଆଉ ନାହିଁ। କରୋନା ନେଇ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଦୈନିକ ଦେଶରେ ୨ ଲକ୍ଷ ଓ ରାଜ୍ୟରେ ୭ ହଜାର ଟେଷ୍ଟ ହେଉଛି। ସେଥିରୁ ଅତି ନଗଣ୍ୟ ଲୋକଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି। ତଥାପି ସତର୍କ ରହିବା, ମାସ୍କ ପିନ୍ଧିବା, ଭିଡ଼ ସ୍ଥାନକୁ ଯିବା ନାହିଁ। ICMR ଗାଇଡଲାଇନ ଅନୁସାରେ, ୨ୟ ବୁଷ୍ଟର ଡୋଜ୍ ପ୍ରାବଧାନ ନାହିଁ। ତଥାପି ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ। ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ନେଇଯିବା ଉଚିତ୍‌।

Advertisment

ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏତିକି କୁହାଯାଇପାରେ କୋଭିଡ଼ ବିପଦ ନାହିଁ। ବର୍ତ୍ତମାନ ଭାରତ ତଥା ଓଡ଼ିଶା ପାଇଁ କୋଭିଡ଼ ବିପଦ ଆଉ ନାହିଁ ବୋଲି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି। 

COVID19 Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ