• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଓମିକ୍ରନ ବାବଦରେ ପରୀକ୍ଷା ନିରୀକ୍ଷା ଚାଲିଛି

  • କୋଭିଡ୍ର ନୂଆ ଭ୍ୟାରିଆଣ୍ଟକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

  • ଓମିକ୍ରନ ବାବଦରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ପରୀକ୍ଷା ନିରୀକ୍ଷା ଚାଲିଛି

ଭୁବନେଶ୍ୱର: କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଚାଲିଛି ପରୀକ୍ଷା ନିରୀକ୍ଷା । ଓମିକ୍ରନ ବାବଦରେ ଏବେ ଯାଏଁ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନଥିବା ବେଳେ ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହୁଛି ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି । ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ, ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରଖୁଛି ଏପର୍ଯ୍ୟନ୍ତ ର୍ନିଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ ।

ଏହି ନୂଆ ଭ୍ୟାରିଏଣ୍ଟରେ ୩୦ରୁ ଅଧିକ ମ୍ୟୁଟେସନ ରହିଥିବା ବେଳେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭ୍ୟାରିଏଣ୍ଟ ଅଫ କନସର୍ନ ଘୋଷଣା କରିସାରିଛି ତେଣୁ ସମସ୍ତେ ଏନେଇ ସତର୍କ ରହିବା ଆବଶ୍ୟକ ।

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଯାତ୍ରୀ ନେଗେଟିଭ୍‌ ରିପୋର୍ଟ ଆଣି ନଥିବେ କିମ୍ୱା କାହାର କୌଣସି ଲକ୍ଷଣ ଦେଖାଗଲେ ଏୟାରପୋର୍ଟରେ ହିଁ ସେମାନଙ୍କର କୋଭିଡ୍‌ ଟେଷ୍ଟ କରାଯିବ ।

ସେପଟେ ବୁର୍ଲା ଭୀମସାରରେ ଆଉ ୪ ଛାତ୍ର କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ ଛାତ୍ରଙ୍କ ସହ ଭୀମସାରରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି । ଏହାସହ ଭୀମସାରର ଜଣେ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ସୁଦ୍ଧା ଭୀମସାରରେ ୫୯ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଗ୍ରହ ହୋଇଥିବା ୨୧ଟି ନମୂନାକୁ ଜିନମ ସିକ୍ୱେନ୍ସିଂ ପାଇଁ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ଯୁଟ ଅଫ୍ ଲାଇଫସାଇନ୍ସକୁ ପଠାଯାଇଛି ।

ସେହିପରି ଦେଶରେ ମୋଟ ୧୦ରୁ ଅଧିକ ଦେଶକୁ ଆଟ୍ ରିସ୍କ ବା ବିପଦ ସଂକୁଳ ଦେଶ ଭାବେ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସେହି ଦେଶ ଗୁଡ଼ିକ ହେଲା- ୟୁକେ ସମେତ ସମସ୍ତ ୟୁରୋପୀୟ ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସଓ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲାଣ୍ଡ୍, ଜିମ୍ବାୱେ , ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଆଟ୍ ରିସ୍କ ବର୍ଗଭୁକ୍ତ ଦେଶ ଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କର ଏୟାରପୋର୍ଟରେ କୋଭିଡ୍ ଟେଷ୍ଟ୍ ହେବ । ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଏୟାରପୋର୍ଟରେ ହିଁ ଅପେକ୍ଷା କରିବେ ।