• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାଡ଼ି ଆସୁଛି ତୃତୀୟ ଲହରୀ

  • ଧାର୍ମିକ ଯାତ୍ରା ଓ ପର୍ଯ୍ୟଟନ ଉପରେ ରୋକ ଲଗାଇବା ଜରୁରୀ

  • ସରକାରକୁ ଚେତାଇଲା ଆଇଏମଏ

ନୂଆଦିଲ୍ଲୀ : କରୋନାର ତୃତୀୟ ଲହରୀର ଭୟ ଭିତରେ ଦେଶର ଅନେକ ସ୍ଥାନରେ ଖୋଲିଛି ପର୍ଯ୍ୟଟନ ସ୍ଥଳୀ । ଧାର୍ମିକ ଯାତ୍ରାକୁ ଅନୁମତି ତଥା ପର୍ଯ୍ୟଟନ ସ୍ଥଳୀ ଖୋଲିବା ପରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଚିନ୍ତା ବ୍ୟକ୍ତି କରିଛି । ଭାରତରେ ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା, ବେପରୁଆ ମନୋଭାବ ପୋଷଣ କଲେ କରୋନା ପୁଣି କହର ବର୍ଷାଇବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପ୍ରଶାସନ ଓ ଲୋକଙ୍କ ଅବହେଳା ପାଇଁ ସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଛି । କାରଣ କଟକଣା କୋହଳ କଲାପରେ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି, ଯାହା କରୋନାର ତୃତୀୟ ଲହରୀକୁ ଖୋଲାଖୋଲି ଆମନ୍ତ୍ରଣ କରୁଛି ।

ଏଥିରୁ ରକ୍ଷା ପାଇବା ପାଇଁ ଆଗାମୀ ତିନି ମାସ ଧରି ଶକ୍ତ କରୋନା ଗାଇଡଲାଇନ୍ ଲାଗୁ କରିବା ଆବଶ୍ୟକ । ସଚେତନ ରହିବା ସହ ଅବହେଳା କରିବା ଉଚିତ ନୁହେଁ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅପିଲ କରିଛି ଆଇଏମଏ । ଉଭୟ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ । ପର୍ଯ୍ୟଟକ, ତୀର୍ଥ ଯାତ୍ରା, ଧାର୍ମିକ ପରିବେଶର ଅବାଶ୍ୟକତା ଥିଲେ ସୁଦ୍ଧା କିଛି ମାସ ପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

ଆଇଏମଏ ଅଧ୍ୟକ୍ଷ ଡଃ ଜେଏ ଜୟସ୍ୱାଲ ଓ ମହାସଚିବ ଡଃ ଜୟେଶ ଲେଲେ ଚିଠି ଲଖି ସରକାରଙ୍କୁ କହିଛନ୍ତି, ଦେଶ କେବଳ କରୋନାର ବିନାଶକାରୀ ଦ୍ୱିତୀୟ ଲହରୀରୁ ବାହାରକୁ ଆସୁଛି । ତଥାପି ଦଶରେ କରୋନା ଶେଷ ହୋଇନି । ମହମାରୀର ଇତିହାସରୁ ସ୍ପଷ୍ଟ ହେଉଛି ଖୁବ ଶୀଘ୍ର ତୃତୀୟ ଲହରୀ ଗ୍ରାସ କରିବ । ସବୁଠାରୁ ଦୁଃଖର ବିଷୟ ଏତେ ସବୁ ହେଲା ପରେ ବି କରୋନା ଗାଇଡଲାଇନ୍ ପାଳନ କରୁ ନାହାନ୍ତି ଜନସାଧାରଣ । ସଂକ୍ରମଣ ସାମାନ୍ୟ କମିଥିବା ବେଳେ ଲୋକ ବୁଲାବୁଲି ଆରମ୍ଭ କରିଦେଲେଣି ।

ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତୀବ୍ର କରିବା ସହ ଗାଇଡଲାଇନ୍ ପାଳନ କଲେ ତୃତୀୟ ଲହରୀର ପ୍ରଭାବକୁ ରୋକାଯାଇ ପାରିବ ବୋଲି ମଧ୍ୟ ଚିଠିରେ ଲେଖାଯାଇଛି । ବର୍ତ୍ତମାନ ସମୟରେ ପର୍ଯ୍ୟଟନ କିମ୍ବା ଧାର୍ମିକ ତୀର୍ଥସ୍ଥର ଖୋଲିବା ଏବଂ କୋଭିଡ ପାଇଁ ଟିକାକରଣ ନକରିଥିବା ଲୋକଙ୍କୁ ଜନ ସମାବେଶରେ ଯୋଗଦେବାକୁ ଅନୁମତି ପ୍ରଦାନ କରିବା ତୃତୀୟ ଲହରୀକୁ ଜାଣିଶୁଣି ଡାକି ଆଣିବା ସହ ସମାନ । ତେଣୁ ଆଗାମୀ ୨ରୁ୩ ମାସ ଯାଏଁ ଏ ସମ୍ପର୍କରେ ଗୁରୁତ୍ୱ ଦେବାକୁ ଚେତାବନୀ ଦିଆଯାଇଛି ।