• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ମିଶ୍ରିତ ଡୋଜ୍

  • କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକୂଳ ପ୍ରଭାବ ପକାଇନି

ନୂଆଦିଲ୍ଲୀ : ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜିଛି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷା ନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶ ମାନଙ୍କ ପରି ଟିକାକରଣର ମିଶ୍ରିତ ଡୋଜ୍ ଉପରେ ଭାରତରେ ମଧ୍ୟ ଗବେଷଣା କରାଯାଉଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁସନ୍ଧା ଅନସାରେ କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ମାତ୍ରା ବହୁତ ଭଲ ଫଳାଫଳ ଦେଖାଇଛି ।

ଆଡେନୋଭାଇରସ୍ ଭେକ୍ଟର ପ୍ଲାଟଫର୍ମ ଆଧାରରେ ଦୁଇଟି ଟିକାର ମିଶ୍ରଣ ପରେ ବହୁତ ଭଲ ଫଳାଫଳ ଦେଖା ଯାଇଥିବା ଆଇସିଏମଆର ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି । ଟିକାର ମିଶ୍ରିତ ଡୋଜ୍ କେବଳ କରୋନା ସଂକ୍ରମଣକୁ ହ୍ରାସ କରିପାରିବ ନାହିଁ ବରଂ ଏହା ଶରୀରରେ ଭଲ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ୍ ସହିତ ନାକରେ ଦିଆଯାଇଥିବା ଭାରତ ବାୟୋଟେକ୍ ଟିକା ଉପରେ ଅଧ୍ୟୟନକୁ ଅନୁମତି ପ୍ରଦାନ କରିଥିଲା ବିଶେଷଜ୍ଞ ଅଧ୍ୟୟନ କମିଟି (SEC) । ଦେଶରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି କରୋନା ଟିକା ଦିଆଯିବା ପରେ ଏହାର ଫଳାଫଳ ବହୁତ ଭଲ ରହିଛି ବୋଲି କହିଛନ୍ତି SEC ସଦସ୍ୟ ।

କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକୂଳ ପ୍ରଭାବ ପକାଇଥିବା ଦେଖିବାକୁ ମିଳିନାହିଁ । ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଭୁଲରେ ଦୁଇଟି ଭିନ୍ନ ଟିକା ଦିଆଯାଇଥିଲା । ଏହା ପରେ ଡାକ୍ତରମାନେ ସେହି ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲେ । ତେବେ ଦୁଇଟି ଭିନ୍ନ ଟିକା ନେଇଥିବା ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ତାଙ୍କୁ କୌଣସି ପ୍ରକାରର ଅସୁବିଧା ନାହିଁ । ବୈଜ୍ଞାନିକ ଅଧ୍ୟୟନରେ କରୋନା ଭୂତାଣୁ ଏବଂ ଆଡେନୋ ଭୂତାଣୁରେ ନିର୍ମିତ ଦୁଇଟି ଭିନ୍ନ ଟିକା ଜଣକ ଶରୀରରେ ସମାନ ପ୍ରଭାବ ଦେଖାଇବ ।