• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଞ୍ଚ ବର୍ଷରୁ ସାନ ପିଲାଙ୍କୁ ଖୁବଶୀଘ୍ର କରୋନା ଟିକା ପ୍ରଦାନ କରାଯିବ । ପିଲାଙ୍କୁ ଟିକା ଦେବା କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବାକୁ ଫାଇଜର ଓ ବାୟୋଏନ୍‌ଟେକ୍‌ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ପାଖରେ ଆବେଦନ କରିଛନ୍ତି । ୬ ମାସରୁ ୪ ବର୍ଷର ଶିଶୁଙ୍କୁ ଟିକା ଦେବା ଲାଗି ଦୁଇ କଂପାନୀ ଅନମୁତି ଲୋଡ଼ିଛନ୍ତି ।

ଯଦି କମ୍ପାନୀକୁ ଅନୁମତି ମିଳିଯିବ ତେବେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଫାଇଜର-ବାୟୋଏନ୍ଟେକ୍ ଭ୍ୟାକସିନ ପ୍ରଥମ ଟିକା ହେବ । ତେବେ ଅନୁମତି ମିଳିବା ଲାଗି ଆବଶ୍ୟକୀୟ ପ୍ରକ୍ରିୟା ଖୁବଶୀଘ୍ର ସରିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ପାଞ୍ଚ ବର୍ଷର ତଳକୁ ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବାରୁ, ପିଲାମାନଙ୍କୁ ଏଥିରୁ ରକ୍ଷା କରିବା ଦିଗରେ ଏହି ଟିକା ସଫଳ ହେବ ବୋଲି ଫାଇଜରର ଅଧ୍ୟକ୍ଷ ଆଲବର୍ଟ ବର୍ଲା କହିଛନ୍ତି ।

ଅନ୍ୟପକ୍ଷେ, ଦେଶରେ କରୋନା ମୃତ୍ୟୁ ହାରରେ ଲାଗୁନି ଲଗାମ୍‌ । ଦିନକୁ ଦିନ ବଢ଼ିବାରେ ଲାଗିଛି ମୃତ୍ୟୁ ହାର । ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ ପଜିଟିଭିଟି ହାର ୯.୨୬ ପ୍ରତିଶତ ରହିଥିବାବେଳେ ଦିନକରେ ୧୭୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୭ ହଜାର ୯୭୫କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୧୬ ଲକ୍ଷ ୨୧ ହଜାର ୬୦୩ ଥିବାବେଳେ ସୁସ୍ଥ ୩ କୋଟି ୯୫ ଲକ୍ଷ ୧୧ ହଜାର ୩୦୭ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ରାଜ୍ୟରେ ଆଜି ୩ ହଜାର ୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନରୁ୨ ହଜାର ୧୨ ଜଣ ଓ ଲୋକାଲ୍ କେସ୍ ୧୪୩୮ ରହିଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୩୬ ଚିହ୍ନଟ ହୋଇଥିବା ସୂଚନା ମିଳଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୭୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରେ ୨୮୭, କଟକରେ ୨୦୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬କୁ ବୃଦ୍ଧି ବୃଦ୍ଧିପାଇଛି ।