/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641817268.jpg)
Booster dose of COVID-19 vaccine
ଏପ୍ରିଲ ୧୦ ଅର୍ଥାତ୍ ଆସନ୍ତା ରବିବାର ଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ । ତେବେ ଏହା କେବଳ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ତେବେ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ଟିକା ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଦେୟ ପୈଠ କରିବାକୁ ପଡ଼ିବ । ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ୬୦ ବର୍ଷରୁ ଅଧିକ ବୟସ୍କ, ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ମାଗଣା ବୁଷ୍ଟର୍ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସରକାର ।
ସୂଚନା ଅନୁସାରେ, ଏବେସୁଦ୍ଧା ଦେଶର ପ୍ରାୟ ୯୬ ପ୍ରତିଶତ ୧୫ ବର୍ଷରୁ ଅଧିକ ବୟସ୍କ ଅତିକମ୍ରେ ଗୋଟିଏ ଡୋଜ୍ ଟିକା ନେଇସାରିଥିବା ବେଳେ, ୮୩ ପ୍ରତିଶତ ଜନସଂଖ୍ୟା ୨ଟି ଯାକ ଡୋଜ୍ ଟିକା ନେଇସାରିଛନ୍ତି । ଇସ୍ରାଏଲ୍ ପରି ଦେଶଗୁଡ଼ିକ ବୁଷ୍ଟର୍ ଡୋଜ ନେଇ ନଥିଲେ ଟୀକାକରଣକୁ ସମ୍ପୂର୍ଣ୍ଣ ବୋଲି ବିଚାରକୁ ନିଆଯାଉନାହିଁ ।
XE ଭାରିଆଣ୍ଟ ସମେତ କରୋନା ଭାଇରସର ପୁରୁଣା ଭାରିଆଣ୍ଟକୁ ନେଇ ଚିନ୍ତା କମିଥିଲେ ମଧ୍ୟ ଭାରତରେ ସଂକ୍ରମଣ ହାର ବର୍ଷରୁ ଅଧିକ ସମୟ ଧରି ସର୍ବନିମ୍ନ ସ୍ତରରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୦୯ ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪.୩ କୋଟି ଲୋକ କୋଭିଡ୍ ଆକ୍ରାନ୍ତ ହୋଇଥିବା ବେଳେ ୫.୨୧ ଲକ୍ଷ ଲୋକହ୍କ ମୃତ୍ୟୁ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)