Advertisment

ତଣ୍ଟିରେ ରହୁଛି ଓମିକ୍ରନ୍‌: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ୍ ଥାଏ।

author-image
Chandan Shishu
Covid19

Covid19

ଭୁବନେଶ୍ୱର: ଓମିକ୍ରନ୍‌ରେ ସଂକ୍ରମିତ ହେବା ପରେ ଶରୀର ଉପରେ ଏହାର ପ୍ରଭାବ କିପରି ରହିଥାଏ ଏନେଇ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଏବେ ବି ଅନେକ ଲୋକ ଡେଲଟାରେ ଆକ୍ରାନ୍ତ ହେଉଛନ୍ତି। ଅକ୍ସିଜେନ୍ ସ୍ତର ୯୩% ତଳକୁ ଖସିଲେ ହସ୍ପିଟାଲରେ ଆଡମିଶନ କରାଯାଉଥିବା ସେ କହିଛନ୍ତି।

Advertisment

ସେହିପରି ଓମିକ୍ରନ୍ ତଣ୍ଟିରେ ରହୁଛି, ଛାତିକୁ ଯାଉନି। ତେଣୁ ରୋଗୀ ଗୁରୁତର ହେଉନି ବୋଲି ସେ କହିଛନ୍ତି। ଲକ୍ଷଣ ଥିଲେ ବି ଯଦି ଅକ୍ସିଜେନ୍ ସ୍ତର ଠିକ୍ ଅଛି, ଘରେ ରହି ଚିକିତ୍ସା ଚାଲିପାରିବ। କୌଣସି ଟିକା ଏମିତି ନାହିଁ, ଯାହା ଶତପ୍ରତିଶତ ସୁରକ୍ଷା ଦେବ ବୋଲି ସେ କହିଛନ୍ତି।

ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ୍ ଥାଏ। ସେହି ଲୋକମାନଙ୍କ କ୍ଷେତ୍ରରେ ଟିକା ନେଲେ ବି ସଂକ୍ରମଣ ସମ୍ଭାବନା ବେଶି। ତେଣୁ ଟିକା ନେଲା ପରେ ବି ମାସ୍କ, ସାନିଟାଇଜେସନ୍ ନିହାତି ମାନିବା ଉଚିତ ବୋଲି ସେ କହିଛନ୍ତି। 

Advertisment

ରାଜ୍ୟରେ ଗତକାଲି ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୪୯ଟି ସାମ୍ପଲର ଜିନମ ସିକ୍ୟୁଏନ୍ସିଂରୁ ୧୪୫ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ରେ ପହଞ୍ଚିଛି। 

COVID19 Omicron Variant
Advertisment
Advertisment