• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ନୂଆ ଭାରିଆଣ୍ଟ୍ ଓମିକ୍ରନ୍ । କରୋନା ସଂକ୍ରମଣ ଓ ବଢ଼ୁଥିବା ଓମିକ୍ରନ୍ ‌ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ INSA-COG । ବିଶେଷ ଭାବେ ଦେଶର କିଛି ମେଟ୍ରୋ ସହରରେ ଏହାର ପ୍ରଭାବ ଅଧିକ ରହିଛି । ସାମ୍ପ୍ରତିକ ତୃତୀୟ ୱେଭରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଆଇସିୟୁ ମାମଲା ବୃଦ୍ଧି ପାଇନଥିଲେ ମଧ୍ୟ ଏବଂ ବିପଦ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ତେଣୁ ଏପରି ସ୍ଥିତିରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ଖାଲି ଏତିକି ନୁହେଁ, ଏବେ ଓମିକ୍ରନର ଏକ ସବ ଭ୍ୟାରିଏଣ୍ଟ ବି ଚିହ୍ନଟ ହୋଇଛି । BA.2 ଭ୍ୟାରିଏଣ୍ଟ ଦେଶରେ କିଛି ରାଜ୍ୟରେ ଦେଖାଦେଇଛି । ହେଲେ ଓମିକ୍ରନ୍ ଭଳି ଏହାର ବି ଏତେଟା ପ୍ରଭାବ ପଡ଼ିନପାରେ ବୋଲି ଆକଳନ କରାଯାଉଛି ।

ସେପଟେ ଆଜି ଦେଶରେ ଦିନକରେ ୩ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଚତୁର୍ଥ ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଶନିବାର ଅର୍ଥାତ୍ ଗତକାଲି ତୁଳନାରେ ଚାରି ହଜାର କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ୨୪ ଘଣ୍ଟା ମଧ୍ୟରେ ୩.୩୭ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେହିପରି ଆଜି ଦେଶରେ ଦିନକରେ ୫୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୪୦୯କୁ ବୃଦ୍ଧି ପାଇଛି । ଅନ୍ୟପଟେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୫୯ ହଜାର ୧୬୮ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ ୨୧,୮୭,୨୦୫ ଥିବା ବେଳେ ୩,୬୫,୬୦,୬୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।