Advertisment

‘ଓମିକ୍ରନ୍‌’ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦

ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhubaneswar Airport

Bhubaneswar Airport

ଭୁବନେଶ୍ୱର:କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସେମାନଙ୍କ ମଧ୍ୟରୁ  ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟକୁ ଆସିଛନ୍ତି ୧୫୬ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ ନେଗେଟିଭ୍ ଥିଲେ ବି ୭ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେ କହିଛନ୍ତି, ଏବେ ସୁଦ୍ଧା ୨ ଦିନର ତଥ୍ୟ ସରକାରଙ୍କ ପାଖରେ ପହଞ୍ଚିଛି। 

‘ଯେଉଁମାନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯାଉଛି। ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ଘରକୁ ଛଡ଼ାଯାଉଛି। ତେବେ ସେମାନେ ୭ ଦିନ  ହୋମ୍‌ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଅଷ୍ଟମ ଦିନ ସେମାନଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ। ଯଦି ରିପୋର୍ଟ ପଜିଟିଭ୍ ଆସେ ସେ ଅନୁଯାୟୀ ଚିକିତ୍ସା କରାଯିବ। ଯଦି ରିପୋର୍ଟ ନେଗେଟିଭ୍ ଆସେ ସେମାନଙ୍କୁ ପୁଣି ୭ ଦିନ ସେଲ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯିବ। ଯାହାର ରିପୋର୍ଟ ପଜିଟିଭ୍ ଆସିବ ତାଙ୍କ ନମୁନାର ଜେନୋମ୍‌ ସିକ୍ୟୁଏନ୍ସିଂ କରାଯିବ’ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।   

Advertisment

ଅନ୍ୟପକ୍ଷେ, ବିଦେଶରୁ ଆସୁଥିବା ବ୍ୟକ୍ତି କରୋନା ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ। ତେବେ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର ପୁଣି ଥରେ RT-PCR ଟେଷ୍ଟ କରାଯିବ। ସମ୍ପୃକ୍ତ ଯାତ୍ରୀ କେଉଁଠୁ ଆସିଲେ ? କୁଆଡ଼େ ଯିବେ ? କେଉଁଠି ରହିବେ ? ସେନେଇ ଯାତ୍ରୀ ଜଣକ ସେଲ୍‌ଫ୍‌ ଡିକ୍ଲାରେସନ୍ ଦେବେ।  ଏହାଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO) ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨୬ ଦେଶକୁ ବ୍ୟାପି ସାରିଲାଣି  ଓମିକ୍ରନ୍‌।

COVID19 Bhubaneswar Airport Biju Patnaik International Airport Corona Virus New Variant Omicron Omicron Variant
Advertisment
Advertisment