Advertisment

ରାଜ୍ୟରେ ପୁଣି ଉପମୁହାଁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୩୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ୩୦୦ ପାର କଲା ପଜିଟିଭ୍ । ୨୪ ଘଣ୍ଟାରେ ୩୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।

author-image
Otv Khabar Bureau
Covid 19

Covid 19

ପୁଣି ଥରେ ତିନି ଶହ ପାର କରିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୩ ଜଣ ଆକ୍ରାନ୍ତ ବାହାରିଛନ୍ତି ।ସେଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୮୭ ଜଣ ଥିବା ବେଳେ କଟକରୁ ୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Advertisment

ଆଜିର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଲକ୍ଷ ୯୧ ହଜାର ୧୧୭କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୧୩ ହଜାର ୮୬ ପଜିଟିଭ ଚିହ୍ନଟ । ଗତକାଲି ଏହି ସଂଖ୍ୟା ୧୬ ହଜାର ୧୩୫ ଥିଲେ । ଆଜି ଦେଶରେ ୧୯ ମୃତ ଚିହ୍ନଟ ହୋଇଛନ୍ତି । ଏହାପରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୪୨କୁ ବୃଦ୍ଧି ପାଇଛି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨, ଭଦ୍ରକରୁ ୨, ଜଗତସିଂହପୁରରୁ ୬, ଯାଜପୁରରୁ ୨, କଳାହାଣ୍ଡିରୁ ୩, ଖୋର୍ଦ୍ଧାରୁ ୧୮୭, କୋରାପୁଟରୁ ୩, ମୟୂରଭଂଜରୁ ୨, ନୟାଗଡରୁ ୨, ନୂଆପଡ଼ାରୁ ୪, ପୁରୀରୁ ୨, ରାୟଗଡ଼ାରୁ ୧, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୩, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

COVID-19 Odisha COVID-19 Update
Advertisment
Advertisment