• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ । ଆଜି ପୁଣି ଥରେ ୫ଶହ ପାର କଲା ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୫ଶହ ୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କୋଭିଡରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ସେପଟେ ଦେଶରେ ଆଜି ୯ ହଜାର ୬୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକଟିଭ୍ କେସ ୬୧ ହଜାର ପାର କରିଛି । କୋଭିଡ୍ ସଂକ୍ରମଣକୁ ଦେଖି ରାଜ୍ୟର ସମସ୍ତ ମେଡିକାଲ କର୍ମଚାରୀ ଡ୍ୟୁଟି ବେଳେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିଲା ।

ଦେଶରେ କରୋନାରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୯ ହଜାର ୬୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି।

ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୯୮କୁ ବୃଦ୍ଧି ପାଇଛି। କରୋନାରେ ମୃତ ୨୯ ଜଣଙ୍କ ଭିତରୁ ୬ ଜଣ ଦିଲ୍ଲୀରୁ ଥିବା ବେଳେ ୩ ଜଣ ଲେଖାଏଁ ମହାରାଷ୍ଟ୍ର ଓ ରାଜସ୍ଥାନର ରହିଛନ୍ତି। ସେହିପରି ହରିୟାନା ଓ ଉତ୍ତରପ୍ରଦେଶରୁ ଦୁଇଜଣ ଲେଖାଏଁ, ଜଣେ ଲେଖାଏଁ ଓଡ଼ିଶା, ଗୁଜୁରାଟ ଓ ଛତିଶଗଡ଼ରୁ ଅଛନ୍ତି। କେରଳରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ, ଗତ ୨୪ ଘଣ୍ଟା ଭିତରେ ୧୧ ହଜାର ୯୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେଣୁ ଦେଶରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୪୩ ଲକ୍ଷ ୨୩ ହଜାର ୪୫ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ପ୍ରତିଶତ ୯୮.୬୮ ଥିବା ବେଳେ ମୃତକଙ୍କ ପ୍ରତିଶତ ୧.୧୮।

OTV is now on Whatsapp

Join and get latest news update delivered to you via whatsapp

Join Now