Advertisment

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୪୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତ ସଂଖ୍ୟା...

author-image
Otv Khabar Bureau
undefined

Odisha sees highest single-day spike in Covid19 cases

ରାଜ୍ୟରେ ୪ଶହ ଉପରେ ସଂକ୍ରମଣ ଜାରି । ଲଗାତର ଦ୍ୱିତୀୟ ଦିନପାଇଁ ସଂକ୍ରମଣ ୪ ଶହ ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଲୋକାଲ କେସ୍- ୧୭୭, କ୍ୱାରେଣ୍ଟିନରୁ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୬ ଜଣ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୮୩, କଟକରୁ ୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୯୪୬କୁ ବୃଦ୍ଧି ପାଇଛି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨୨, ବରଗଡ ୪, ଭଦ୍ରକରୁ ୫,ଦେବଗଡ଼ ୧,ଗଞ୍ଜାମ୍ ୧, ଜଗତସିଂହପୁରରୁ ୬, ଯାଜପୁରରୁ ୫, କଳାହାଣ୍ଡିରୁ ୧, କୋରାପୁଟରୁ ୧, ମାଲକାନଗିରି ୨, ମୟୂରଭଂଜରୁ ୮, ନୟାଗଡରୁ ୪, ନୂଆପଡ଼ାରୁ ୩, ପୁରୀରୁ ୧୧, ରାୟଗଡ଼ାରୁ ୨, ସମ୍ବଲପୁରରୁ ୯,ସୋନପୁରରୁ ୨, ସୁନ୍ଦରଗଡରୁ ୨୦, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ସେପଟେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୯୩୦ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ଜଣଙ୍କ ମୃତ୍ୟୁ ହୋଇଛି ।

Coronavirus COVID-19
Advertisment
Advertisment