Advertisment

ସାମନ୍ୟ ଆଶ୍ୱସ୍ତି; ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ସାମନ୍ୟ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

author-image
Otv Khabar Bureau
Odisha reports 872 Covid19 cases in last 24 hours

Odisha reports 872 Covid19 cases in last 24 hours

ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର । ରାଜ୍ୟରେ ୨୪ ଘଣ୍ଟାରେ ୯୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୫୭୫, ଲୋକାଲ କେସ୍ ୪୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୬ ଜଣ ଆକ୍ରାନ୍ତ ଅଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୨ ହଜାର ୧୧୬କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ୬ ହାଜାର ୬୩୨ ରହିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯, ଖୋର୍ଦ୍ଧାରୁ ୧୫୦, ମୟୂରଭଞ୍ଜରୁ ୮୪ ଚିହ୍ନଟ ହୋଇଛନ୍ତି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ୱରରୁ ୧୩, ବରଗଡ଼ରୁ ୪୪, ଭଦ୍ରକରୁ ୧୨, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୧୦, କଟକରୁ ୩୮, ଦେବଗଡ଼ରୁ ୮, ଗଜପତିରୁ ୭, ଜଗତସିଂହପୁରରୁ ୮, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧୦, କୋରାପୁଟ୍‌ରୁ ୧୬, ମାଲକାନଗିରିରୁ ୧, ନୟାଗଡରୁ ୨୪, ନୂଆପଡ଼ାରୁ ୧୦, ପୁରୀରୁ ୬, ରାୟଗଡ଼ା ୮, ସମ୍ବଲପୁରରୁ ୭୧, ସୋନପୁରରୁ ୨୩, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

COVID19 Odisha Covid Update
Advertisment
Advertisment