/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658036278.jpg)
Odisha reports 872 Covid19 cases in last 24 hours
ହଜାରେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଦୁଇ ଦିନ ଧରି ହଜାରେ ପାର କରୁଥିବା ପଜିଟିଭ୍ ଟ୍ରେଣ୍ଡ ଆଜି ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ସର୍ବାଧିକ ପଜିଟିଭ୍ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୧୧୨କୁ ବୃଦ୍ଧି ପାଇଛି ।
ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୮, ବରଗଡ଼ରୁ ୯ , ଭଦ୍ରକରୁ ୬, ବଲାଙ୍ଗିରରୁ ୭,ବୌଦ୍ଧରୁ ୧୧,କଟକରୁ ୯୬, ଦେବଗଡ଼ରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧, କୋରାପୁଟରୁ ୧୨, ମୟୂରଭଂଜରୁ ୫୯, ନୟାଗଡରୁ ୧୯, ନୂଆପଡ଼ାରୁ ୭, ପୁରୀରୁ ୧୯, ରାୟଗଡ଼ା ୬, ସମ୍ବଲପୁରରୁ ୨୩, ସୋନପୁରରୁ ୨୬, ସୁନ୍ଦରଗଡରୁ ୧୪୪, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Covid-19 Report For 16th July
New Positive Cases: 872
Of which 0-18 years: 123
In quarantine: 512
Local contacts: 360(Details of local contacts will be shared by concerned District)
1. Angul: 4
2. Balasore: 8
3. Bargarh: 9
4. Bhadrak: 6
5. Balangir: 7
6. Boudh: 11— I & PR Department, Odisha (@IPR_Odisha) July 17, 2022
ତେବେ ଗତ କିଛି ଦିନ ଧରି ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଆଜି ସାମାନ୍ୟ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରାବଣ ମାସ ଚାଲିଥିବାରୁ ଶିବଙ୍କ ପାଖରେ ଜଳ ଲାଗି କରିବା ପାଇଁ ଭକ୍ତଙ୍କ ଭିଡ଼ ଜମିବ । ଏହି କାରଣରୁ ସଂକ୍ରମଣ ବଢ଼ିବାର ଆଶଙ୍କା ମଧ୍ୟ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)