Advertisment

ରାଜ୍ୟରେ ବଢ଼ିଚାଲିଛି କରୋନା; ଆଜି ବି ୫୦୦ ଉପରେ ସଂକ୍ରମଣ

କଟକ, ପୁରୀ ଓ ଖୋର୍ଦ୍ଧା ସହରାଞ୍ଚଳରେ ସଂକ୍ରମଣ ହାର ଅଧିକ ରହୁଥିବା ସୂଚନା....

author-image
Otv Khabar Bureau
ଅଦ୍ୟତନ ହୋଇଛି
Covid surges in Odisha to multi-month high

Covid surges in Odisha to multi-month high

ରାଜ୍ୟରେ କ୍ରମାଗତ ଭାବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଉପରେ ରହୁଛି । ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଲକ୍ଷଣଯୁକ୍ତ ନୁହଁନ୍ତି । ଆଜି ସୁଦ୍ଧା ରାଜ୍ୟରେ ୩ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ବେଳେ ମାତ୍ର ୩୧ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫ ଜଣ ICUରେ ରହିଥିବା ବେଳେ ୬ ଜଣସାଧାରଣ ବେଡରେ ରହିଛନ୍ତି । ସର୍ବଭାରତୀୟ କୋଭିଡ ସ୍ଥିତି ଦେଖିଲେ, ସବୁ ରାଜ୍ୟରେ କୋଭିଡ ବଢୁନି । ରାଜ୍ୟରେ ବଢ଼ୁଛି, କେବଳ ସହରାଞ୍ଚଳରେ ହିଁ ସଂକ୍ରମଣ ବଢ଼ୁଛି, ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା କମ ରହୁଛି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୫,ବରଗଡ଼ରୁ ୨, ଭଦ୍ରକରୁ ୭, ବଲାଙ୍ଗିରରୁ ୧,ବୌଦ୍ଧରୁ ୨, କଟକରୁ ୧୧୦, ଢ଼େଙ୍କାନାଳରୁ ୧, ଗଜପତିରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୯, ଯାଜପୁରରୁ ୧୦, କଳାହାଣ୍ଡିରୁ ୬,କନ୍ଧମାଳରୁ ୨,କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୦୦, କୋରାପୁଟରୁ ୨,ମାଲକାନଗିରିରୁ ୧, ମୟୂରଭଂଜରୁ ୮, ନବରଙ୍ଗପୁରରୁ ୧, ନୟାଗଡରୁ ୯, ନୂଆପଡ଼ାରୁ ୪, ପୁରୀରୁ ୪, ସମ୍ବଲପୁରରୁ ୮,ସୋନପୁରରୁ ୧, ସୁନ୍ଦରଗଡରୁ ୪୯, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ତେବେ ଆମ ରାଜ୍ୟର ପଜିଟିଭ୍‌ ରେଟ୍‌ ବା TPR ଅନୁସାରେ କଟକ, ପୁରୀ ଓ ଖୋର୍ଦ୍ଧା ସହରାଞ୍ଚଳରେ ସଂକ୍ରମଣ ହାର ଅଧିକ ରହୁଥିବାର ଜଣାପଡିଛି ।

ନ୍ୟପକ୍ଷେ,୧୫ରୁ ୫୯ ବୟସ ମଧ୍ୟରେ ଲୋକଙ୍କୁ ତୃତୀୟ ଡୋଜ ମାଗଣାରେ ଦେବାକୁ ଆବଶ୍ୟକ ହେଲେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଅନୁରୋଧ କରିବ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ଏବେ ବି ରାଜ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ରହିଛି । ଉପର ମୁହାଁ ଟ୍ରେଣ୍ଡ ଆଉ କିଛି ପରିମାଣରେ ବଢିପାରେ ମାତ୍ର ଭୟଙ୍କର ହେବ ନାହିଁ । ଖୁବ୍ ଶୀଘ୍ର ଏହା ତଳମୁହାଁ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହଯାଇଛି ।

ସେପଟେ ଭୁବନେଶ୍ୱର ମହାନଗର ନିଗମରେ ବଢିଚାଲିଥିବା ସଂକ୍ରମଣକୁ ଦେଖି ବିଏମ୍‌ସି କରୋନା କଟକଣା କଡାକଡି କରିଛି । ମାସ୍କ ଓ ସାମାଜିକ ଦୂରତାକୁ କଡାକଡି ପାଳନ କରିବାକୁ ପାରମର୍ଶ ଦେଇଛି ବିଏମ୍‌ସି । ଠେଲା, ଜଳଖିଆ, ଚା’, ଲସି, ଗୁପଚୁପ୍ ଦୋକାନ ଆଗରେ ଯେମିତି ଗହଳି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଦେକାନୀଙ୍କୁ ତାଗିତ କରାଯାଇଛି । ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ କୁହାଯାଇଛି ।

COVID19 Odisha COVID-19 Update
Advertisment
Advertisment