Advertisment

ଓଡ଼ିଶାରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୪,୭୧୪ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Coronavirus

Coronavirus

Advertisment

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୭୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୯୫୯ ରହିଛି। 

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୧୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୬୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୦,୮୬୯ରେ ପହଞ୍ଚଛି। ସେଥି ମଧ୍ୟରୁ ୧୦,୪୬,୨୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌-୧୬,୧୧୭ ରହିଛି। 

Advertisment


— I & PR Department, Odisha (@IPR_Odisha) January 9, 2022


Advertisment

— I & PR Department, Odisha (@IPR_Odisha) January 9, 2022


— I & PR Department, Odisha (@IPR_Odisha) January 9, 2022

କରୋନା ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ କମିଗଲାଣି ଯାତ୍ରୀଙ୍କ ଆତଯାତ ସଂଖ୍ୟା । ପ୍ରାୟ ୫୦ ପ୍ରତିଶତ କମିଛି ଯାତ୍ରୀଙ୍କ ଯାତାୟତ । ଗତ ସପ୍ତାହରେ ବିମାନ ବନ୍ଦରକୁ ଦୈନିକ ପ୍ରାୟ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିଲେ । ହେଲେ ଏବେ ତାହା ୭ରୁ ୮ହଜାରକୁ ଖସି ଆସିଛି । 

ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । 

COVID19 Corona Cases Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ