/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626664937.jpg)
corona virus
ଭୁବନେଶ୍ୱର : ରାଜ୍ୟରେ ଖସୁଛି ସଂକ୍ରମଣ । ଲଗାତାର ଚାରିଦିନ କରୋନା ସଂକ୍ରମଣ ବଢ଼ିବା ପରେ ଆଜି ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୫୯୭୪କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୫୫ଜଣ କ୍ୱାରେଣ୍ଟିନରୁ ଥିବାବେଳେ ୬୯୩ ରହିଛି ଲୋକାଲ୍ କେସ୍ । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦୩୮୭ ଥିବାବେଳେ ୯୩୦୪୧୮ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୧୫୧୩୫୮୬୨ ନମୂନା ପରୀକ୍ଷା କରାଯାଇଛି ।
ନୂଆ ସଂକ୍ରମିତଙ୍କ ମଧ୍ୟରୁ ଆଜି ଅନୁଗୁଳ ଜିଲ୍ଲାରୁ ୮୯, ବାଲେଶ୍ୱର ଜିଲ୍ଲାରୁ ୮୩, ବରଗଡ଼ ଜିଲ୍ଲାରୁ ୧୭, ଭଦ୍ରକ ଜିଲ୍ଲାରୁ ୭୭, ବଲାଙ୍ଗୀର ଜିଲ୍ଲାରୁ ୧, ବୌଦ୍ଧ ଜିଲ୍ଲାରୁ ୫, କଟକ ଜିଲ୍ଲାରୁ ୩୩୫, ଦେବଗଡ଼ ଜିଲ୍ଲାରୁ ୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୪, ଗଜପତି ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ରୁ ୧୧, ଜଗତସିଂହପୁର ଜିଲ୍ଲାରୁ ୧୧୨ ଜଣ, ଯାଜପୁର ଜିଲ୍ଲାରୁ ୧୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧, କନ୍ଧମାଳ ଜିଲ୍ଲାରୁ ୧୫, କେନ୍ଦ୍ରାପଡ଼ାରୁ ୫୦ ଓ କେନ୍ଦୁଝର ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୩୦ଜଣ, କୋରାପୁଟ ଜିଲ୍ଲାରୁ ୬ଜଣ, ମାଲକାନାଗିରି ଜିଲ୍ଲାରୁ ୩୫, ମୟୁରଭଞ୍ଜ ଜିଲ୍ଲାରୁ ୭୭, ନବରଙ୍ଗପୁର ଜିଲ୍ଲାରୁ ୧୨, ନୟାଗଡ଼ ଜିଲ୍ଲାରୁ ୭୩, ନୂଆପଡ଼ା ଜିଲ୍ଲାରୁ ୭, ପୁରୀ ଜିଲ୍ଲାରୁ ୬୭, ରାୟଗଡ଼ା ଜିଲ୍ଲାରୁ ୨୧, ସମ୍ବଲପୁର ଜିଲ୍ଲାରୁ ୨୧, ସୋନପୁର ଜିଲ୍ଲାରୁ ୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୩୩ ଓ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରହିଛନ୍ତି ।
Also Read
ସେହିପା ଆଜି ରାଜ୍ୟରେ ଆଉ ୫୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୧୧୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବରଗଡ଼ରୁ ୭, ଗଞ୍ଜାମରୁ ୫, ବଲାଙ୍ଗିରରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)