• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ୨ ଦିନ ହେଲା ରାଜ୍ୟରେ ଦେଢଶହ ଉପରେ ରହୁଛି ପଜିଟିଭ୍ ସଂଖ୍ୟା । ୨୪ ଘଣ୍ଟାରେ ୧୫୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧାରୁ ୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାସହ ରାଜ୍ୟରେ ଆକ୍ଟିଭ୍ କେସ ୭୨୯କୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ଦୈନିକ କୋଭିଡ୍ ପଜିଟିଭ୍ ସଂଖ୍ୟା ୧୮ ହଜାର ପାର କରିଛି । ଆଜି ୧୮ ହଜାର ୮୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାମାରୀରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଆକ୍ଟିଭ୍ କେସ ଏକ ଲକ୍ଷ ପାର କରିଛି ଏବେ ଦୈନିକ ପଜିଟିଭିଟି ରେଟ ୪.୧୬ ପ୍ରତିଶତକୁ ବୃଦ୍ଧି ପାଇଛି ।