/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659075371.jpg)
Odisha Covid Update
ରାଜ୍ୟରେ ପୁଣି ହଜାରେ ପାର୍ କରିଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧ ହଜାର ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୯୭ ଓ ଲୋକାଲ କେସ୍ ୪୨୩ ରହିଛି । ସେହିପରି ୧୮ ବର୍ଷରୁ କମ୍ ବର୍ଗର ୧୯୫ ଜଣ ପଜିଟିଭ ଅଛନ୍ତି । ତେବେ ଖୋର୍ଦ୍ଧାକୁ ପଛରେ ପକାଇ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୫୮ ଓ ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ୭୧ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ୬ ହଜାର ୭୮୭ ରହିଛି ।
ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ୱରରୁ ୨୩, ବରଗଡ଼ରୁ ୨୫, ଭଦ୍ରକରୁ ୧୭, ବଲାଙ୍ଗିରରୁ ୨୫, ବୌଦ୍ଧରୁ ୧୧, କଟକରୁ ୫୨, ଦେବଗଡ଼ରୁ ୮, ଗଜପତିରୁ ୭, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୪, ଝାରସୁଗୁଡ଼ାରୁ ୨୧, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୨, କୋରାପୁଟ୍ରୁ ୧୬, ନୟାଗଡରୁ ୨୭, ନୂଆପଡ଼ାରୁ ୧୨, ପୁରୀରୁ ୧୪, ରାୟଗଡ଼ା ୯, ସମ୍ବଲପୁରରୁ ୮୮, ସୋନପୁରରୁ ୨୬, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Covid-19 Report For 28th July
New Positive Cases: 1020
Of which 0-18 years: 195
In quarantine: 597
Local contacts: 423(Details of local contacts will be shared by concerned District)
1. Angul: 1
2. Balasore: 23
3. Bargarh: 25
4. Bhadrak: 17
5. Balangir: 25
6. Boudh: 11— I & PR Department, Odisha (@IPR_Odisha) July 29, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)