Advertisment

ରାଜ୍ୟରେ ୨୪ ଘଣ୍ଟାରେ ୬୬୨ ଆକ୍ରାନ୍ତ ଚିହ୍ନଟ

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଜଣ ଆକ୍ରାନ୍ତ....

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha reports 945 new COVID19 infections in last 24 hours taking total active cases to 6316

Odisha logs 662 new COVID19 cases in last 24 hours

ରାଜ୍ୟରେ ୨୪ ଘଣ୍ଟାରେ ୬୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୮୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୭୫ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧତ୍କ ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୪୨, ସମ୍ବଲପୁରରୁ ୪୮ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୭ ହଜାର ୯୧୧କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୭ ହଜାର ୫୦ ଥିବା ବେଳେ ୧୨ ଲକ୍ଷ ୯୧ ହଜାର ୬୬୯ ଜଣ ସୁସ୍ଥ ହେଲେଣି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ୱରରୁ ୪, ବରଗଡ଼ରୁ ୧୨ , ଭଦ୍ରକରୁ ୧୩, ବଲାଙ୍ଗିରରୁ ୯,ବୌଦ୍ଧରୁ ୪, କଟକରୁ ୩୮, ଦେବଗଡ଼ରୁ ୫, ଗଜପତିରୁ ୫, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୦, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୯, କେନ୍ଦ୍ରାପଡ଼ାରୁ ୩, କୋରାପୁଟ୍‌ରୁ ୧୫, ମୟୂରଭଂଜରୁ ୭୮, ନବରଙ୍ଗପୁରରୁ ୬, ନୟାଗଡରୁ ୧୨, ନୂଆପଡ଼ାରୁ ୧୧, ପୁରୀରୁ ୬, ରାୟଗଡ଼ା ୧୧, ସମ୍ବଲପୁରରୁ ୪୮, ସୋନପୁରରୁ ୧୩, ସୁନ୍ଦରଗଡରୁ ୧୪୨, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

COVID19 Odisha Covid Update
Advertisment
Advertisment