• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ପ୍ରାୟ ଏକ ହଜାର କମ ରହିଛି ପଜିଟିଭ ସଂଖ୍ୟା ଗତକାଲି ୨ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଉ ୨ ହଜାର ୬୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୨୧ , ଲୋକାଲ୍ କେସ୍ ଏକ ହଜାର ୮୨ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୪୯ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୬୪ ହଜାର ୭୦୫କୁ ବୃଦ୍ଧି ପାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୧୦୨ , ବାଲେଶ୍ୱରରୁ ୪୮ , ବରଗଡ଼ରୁ ୫୧, ଭଦ୍ରକରୁ ୩୭, ବଲାଙ୍ଗିରରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୩୭, କଟକରୁ ୨୦୫, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ୬୪, ଗଜପତିରୁ ୬୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଠିକ୍‌ ସେହିପରି ଗଞ୍ଜାମରୁ ୮୫, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୬୦ , କନ୍ଧମାଳରୁ ୨୬ ଓ କେନ୍ଦ୍ରାପଡ଼ାରୁ ୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଏତିକି ନୁହେଁ କେନ୍ଦୁଝରରୁ ୪୩, କୋରାପୁଟରୁ ୯୪, ମାଲକାନଗିରିରୁ ୧୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୨, ନୟାଗଡରୁ ୬୭, ନୂଆପଡ଼ାରୁ ୮୭, ପୁରୀରୁ ୪୧, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୮୮, ସୋନପୁରରୁ ୧୬, ସୁନ୍ଦରଗଡରୁ ୨୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି, ଦେଶରେ ଦେଶରେ ଦୈନିକ କରୋନା ମୃତ୍ୟୁରେ ହଜାରେ ଟ୍ରେଣ୍ଡ ଜାରି ହୋଇଛି । ଗୋଟିଏ ଦିନରେ ୧ ହଜାର ୫୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ୧ ଲକ୍ଷ ୨୭ ହଜାର ୯୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ହାର ରହିଛି ୭.୯୮ରହିଛି । ଆଜିର ତଥ୍ୟକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ଲକ୍ଷ ୧ ହଜାର ୧୧୪କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ଆକ୍ଟିଭ କେସ୍ ୧୩ ଲକ୍ଷ ୩୧ ହଜାରରୁ ଅଧିକ ରହିଥିବା ବେଳେ ୪ କୋଟି ୨ ଲକ୍ଷ ୫୦ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।