Advertisment

ବିନା କଟକଣାରେ ଜଗା ଦର୍ଶନ, ଏଣିକି ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକା ପ୍ରମାଣପତ୍ର

ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଏହାସହ କିଓସ୍କରେ ଧାଡ଼ିରେ ଛିଡ଼ା ହୋଇ ମନ୍ଦିର ପ୍ରବେଶର କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Puri Jagannath Temple

Puri Jagannath Temple

ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା। ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଏହାସହ କିଓସ୍କରେ ଧାଡ଼ିରେ ଛିଡ଼ା ହୋଇ ମନ୍ଦିର ପ୍ରବେଶର କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। ନୀତି ସବ୍‌ କମିଟି ଓ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି।

Advertisment

ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପୂର୍ବ ଭଳି ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଶ୍ରୀମନ୍ଦିରେ ଭକ୍ତଙ୍କ ପାଇଁ କଟକଣା ଉଠାଇ ଦିଆଯାଇଥିବାରୁ ଭକ୍ତ ମହଲରେ ଏ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

Advertisment

ଫେବୃଆରୀ ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା। କୋଭିଡ କଟକଣା ପାଇଁ ଦୀର୍ଘ ଦିନ ହେବ ଶ୍ରୀମନ୍ଦିର ବନ୍ଦ ରହିଥିଲା। କରୋନାର ତୃତୀୟ ଲହରରେ ସଂକ୍ରମଣ ବ୍ୟାପିବାରୁ ଜାନୁଆରୀ ୧୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଥିବାରୁ କଟକଣା କୋହଳ କରାଯାଇଥିବା ଜଣାପଡ଼ିଛି। 

Puri Jagannath Temple Covid Vaccination Certificate Jagannath Temple Puri
Advertisment
Advertisment