Advertisment

“କରୋନା ଆଉ ଯିବ ନାହିଁ”

କରୋନା ମହାମାରୀ (କୋଭିଡ -19) ସମ୍ବନ୍ଧରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅନ୍ୟ ଦେଶମାନଙ୍କ ପରି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡ୍ରନ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ କରୋନା ମହାମାରୀ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡ୍ରନ୍ ଅକଲ୍ୟାଣ୍ଡରେ ଲକଡାଉନ୍ କଟକଣା ଘୋଷଣା କରିବା ବେଳେ ଏହି ବିବୃତ୍ତି ଦେଇଥିବାର ଚିତ୍ର ସାମ୍ନାକୁ ଆସିଛି।

author-image
Otv Khabar Bureau
Covid 19

Covid 19

ନୂଆଦିଲ୍ଲୀ: କରୋନା ମହାମାରୀ (କୋଭିଡ -19) ସମ୍ବନ୍ଧରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅନ୍ୟ ଦେଶମାନଙ୍କ ପରି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡ୍ରନ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ କରୋନା ମହାମାରୀ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡ୍ରନ୍ ଅକଲ୍ୟାଣ୍ଡରେ ଲକଡାଉନ୍ କଟକଣା ଘୋଷଣା କରିବା ବେଳେ ଏହି ବିବୃତ୍ତି ଦେଇଥିବାର ଚିତ୍ର ସାମ୍ନାକୁ ଆସିଛି।

Advertisment

କରୋନା ମହାମାରୀର ଆରମ୍ଭ ବେଳେ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡାକଡି ଭାବେ ଲକଡାଉନ୍ ଘୋଷଣା କରାଯିବା ସହ ସମସ୍ତ ପ୍ରକାରର କଟକଣାକୁ ଠିକଠାକ ଭାବରେ ପାଳନ କରାଯାଇଥିଲା ବୋଲି ନ୍ୟୁଜିଲାଣ୍ତ ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଏହି ରଣନୀତି ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ପାଇଁ ପ୍ରଭାବଶାଳୀ ପରିଣତ ହୋଇଥିଲା। ଦୁଃର୍ଭାଗ୍ୟ ବଶତଃ ୨୭ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। କୋଭିଡ କଟକଣା ଅନୁଯାୟୀ ସମସ୍ତ ସ୍କୁଲ୍, କାର୍ଯ୍ୟକ୍ଷେତ୍ର, କ୍ରୀଡା ଷ୍ଟାଡିୟମକୁ ବନ୍ଦ୍ ରଖାଯାଇଥିଲା। କିନ୍ତୁ ଅଗଷ୍ଟରେ ଅଷ୍ଟ୍ରେଲିଆରୁ ଆସିଥିବା ଜଣେ ବ୍ୟକ୍ତି ଡେଲଟା ଭେରିଆଣ୍ଟ ସଂସ୍ପର୍ଶରେ ଆସିବା ପରେ ଦେଶର ସମ୍ପୂର୍ଣ୍ଣ ଚିତ୍ର ବଦଳି ଯାଇଛି।

Advertisment

ସେ କହିଛନ୍ତି ଯେ ଦେଶରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏକ କଠୋର କଟକଣା ଲାଗୁ କରାଯାଇଛି, କିନ୍ତୁ ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସମ୍ଭବପର ହୋଇ ପାରିନାହିଁ। ସୋମବାର ଦେଶରେ ୨୯ ଟି ନୂତନ କରୋନା ମାମଲା ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୩୦୦ ରୁ ଅଧିକ ହୋଇଯାଇଛି। ଅକଲାଣ୍ଡର ନିକଟବର୍ତ୍ତୀ ସ୍ଥାନରେ ମଧ୍ୟ କେତେକ ମାମଲା ରୁଜୁ ହୋଇଛି। ଜାସିନ୍ଦାଙ୍କ କହିବା ଅନୁଯାୟୀ, ଅକଲ୍ୟାଣ୍ଡରେ ସାତ ସପ୍ତାହର ଲକଡାଉନ୍ ପରେ ସଂକ୍ରମଣକୁ ନିୟନ୍ତ୍ରଣରେ କରାଯାଇପାରିଛି।

ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡ୍ରନ କହିଛନ୍ତି ଯେ ‘ଦୀର୍ଘ ଦିନର କଟକଣା ପରେ ମଧ୍ୟ କରୋନାକୁ ସମ୍ପୂର୍ଣ୍ଣ ଭାବରେ ହଟାଇବାରେ ଆମେ ସଫଳ ହୋଇନାହୁଁ। ପ୍ରଥମେ ଦେଶରେ ଲକଡାଉନ୍ ମାଧ୍ୟମରେ ସଂକ୍ରମଣକୁ ରୋକିବାକୁ ଚେଷ୍ଟା କରାଯାଇଥିଲା। ବର୍ତ୍ତମାନ କରୋନା ଟୀକା ଆସିବା ପରେ ଆମେ ରଣନୀତିରେ କିଛି ପରିବର୍ତ୍ତନ ଦେଖାଇଛୁ। ଏହି ମହାମାରୀ ସମ୍ପୂର୍ଣ୍ଣ ଭାବରେ ଦେଶରୁ ହଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

COVID-19 New Zealand Corona Virus
Advertisment
Advertisment