• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କିଛି ଦିନ ହେଲାଣି ଦେଶରେ ପୁଣି କରୋନା ବଢ଼ିବାରେ ଲାଗିଥିବାରୁ ଏ ନେଇ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଏଥିରେ ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଟିକାକୁ ଗୁରୁତ୍ୱ ଦିଆଯାଇଛି। 

ତା ସହିତ କୋଭିଡ ନିୟମ ଯେମିତି ସାଧାରଣ ଲୋକେ ପାଳନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି। ୨ ସପ୍ତାହ ଭିତରେ ମହାମାରୀ ବଢ଼ୁଥିବାରୁ ତାକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ସେ କହିଛନ୍ତି। ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକରେ ଦେଶର ୮୧ ପ୍ରତିଶତ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗୁରୁବାର ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ଦୈନିକ ସଂକ୍ରମଣ ୭ ହଜାର ପାର୍ କରିଛି । ଏହାସହ ୮ ଜଣଙ୍କ ଜୀବନ ନେଇଛି। ମହାରାଷ୍ଟ୍ର, ଦିଲ୍ଲୀ ଏବଂ କେରଳରେ କିନ୍ତୁ ଲମ୍ଫ ମାରିଛି ସଂକ୍ରମଣ । କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୭ ଶହ ନୂଆ ରୋଗୀ। ଯାହା ଫଳରେ ଦେଶରେ ଦୈନିକ ସଂକ୍ରମଣ ହାର ଏକା ଥରକେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଯାହାକୁ ନେଇ ଏବେ ପୁଣି ଥରେ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର।

ସେହିପରି ଡିଜିସିଏ ବିମାନ ଯାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗାଇଡଲାଇନ ଆଣିଛି । ବିମାନ ଯାତ୍ରା ସମୟରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏହାପରେ ଭୁବନେଶ୍ୱର  ବିମାନବନ୍ଦରରେ ମଧ୍ୟ ଯାଞ୍ଚକୁ କଡାକଡି କରାଯାଇଛି । ଏୟାରପୋର୍ଟ ପ୍ରବେଶ ପଥରେ ଯାତ୍ରୀମାନଙ୍କୁ ସୁରକ୍ଷାକର୍ମୀ ସତର୍କ କରାଉଛନ୍ତି ।