• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲି ମକର ସଂକ୍ରାନ୍ତି । ଏହି ଉତ୍ସବର ରଙ୍ଗକୁ ଫିକା ପକାଉଛି କରୋନା କଟକଣା । ମକର ମେଳାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି । କେନ୍ଦୁଝର ଜିଲ୍ଲାର ସବୁ ମନ୍ଦିର ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ମାଆ ତାରିଣୀ ମନ୍ଦିରରେ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

କରୋନା କଟକଣା ଥିବାରୁ ଗହଳିକୁ ଦୃଷ୍ଟିରେ ରଖି ଏସଆରସି(SRC) ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି କହିଛନ୍ତି । କାଲି ମନ୍ଦିର ପରିସରକୁ କୌଣସି ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ, ହେଲେ ମାଙ୍କ ବେଶ , ନୀତିକାନ୍ତି , ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସା ଆଳତୀ ଆଦି ଯଥାରିତି ସମ୍ପନ୍ନ ହେବ ବୋଲି କୁହାଯାଇଛି ।

ଏପଟେ ଆଠଗଡ଼ର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ମକର ସଂକ୍ରାନ୍ତି ପାଇଁ ୧୪୪ ଧାରା ଜାରି କରାଯାଇଛି । କାଲି ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କେବଳ ସେବାୟତଙ୍କୁ ନେଇ ନୀତିକାନ୍ତି ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମିରେ ମଧ୍ୟ କଟକଣା ଲଗାଯାଇଛି । ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ବନ୍ଦ ରଖାଯାଇଛି । ଏନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର, ସୋନପୁର ଓ ଅନ୍ୟ ବେଳାଭୂମି ଗୁଡିକ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ମକର ସଂକ୍ରାନ୍ତିରେ ଗହଳି ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଏଥିଲାଗି ବେଳାଭୂମି ଉପରେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି ।