Advertisment

ଚୀନରେ ବୋଲ ମାନୁନି ଭୂତାଣୁ: ୧୦ଟି ସହରରେ ଲକ୍‌ଡାଉନ୍

ଚୀନରେ ପୁଣି କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି

author-image
Otv Khabar Bureau
ଅଦ୍ୟତନ ହୋଇଛି
china corona

china corona

ଚୀନ୍‌ରେ ପୁଣି ବ୍ୟାପୁଛି କରୋନା।  ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ। ୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ମହାମାରୀ ଆରମ୍ଭ ଠାରୁ ଏଯାବତ୍ ଦୈନିକ ପଜିଟିଭରେ ସର୍ବାଧିକ। ଜିଲିନ ପ୍ରଦେଶର, ସେନଝେନ ସମେତ ୧୦ଟି ସହରରେ ଲକ୍‌ଡାଉନ୍ ଲାଗୁ ହୋଇଛି।

Advertisment

ଗତ ଦୁଇ ବର୍ଷର ଆକଳନକୁ ଯଦି ଦେଖିବା ସର୍ବାଧିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଗୋଟିଏ ଦିନରେଚିହ୍ନଟ ହୋଇଛନ୍ତି ଚାଇନାରେ। ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ଆକଳନ ଅନୁସାରେ ୫୨୮୦ ସଂଖ୍ୟକ ଆକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ଠାରୁ ଅନେକଙ୍କ ପାଖରେ କୋଭିଡର କୌଣସି ପ୍ରକାର ଲକ୍ଷଣ ନଥାଇ ମଧ୍ୟ ସେମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

ଚାଇନାର ଉତ୍ତରପୂର୍ବରେ ଥିବା ଜିଲିନ୍ ସହରରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଖାପାଖି ୩୦୦୦ହଜାର ଆକ୍ରାନ୍ତ ଗୋଟିଏ ସହରରୁ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି। ଆରମ୍ଭରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଟେଷ୍ଟିଂଠୁ ଆରମ୍ଭ କରି ଲକଡାଉନ୍ ପର୍ଯ୍ୟନ୍ତ କରାଯାଇଛି।

Advertisment

ଯଦି ଦେଖାଯାଏ ମାର୍ଚ୍ଚମାସର ପ୍ରଥମ ସପ୍ତାହରେ କରୋନାର ଏମିତି ବିସ୍ଫୋରଣ ବିଶ୍ୱର ଅନ୍ୟ ସହର ମାନଙ୍କ ତୁଳନାରେ ଯଥେଷ୍ଟ ଅଧିକା। ଚାଇନାର ବେଜିଂ, ସାଙ୍ଘାଇ, ସେଙ୍ଗ୍ ହେନ୍ ଇତ୍ୟାଦି ମୁଖ୍ୟ ସହରରେ ପ୍ରତିଦିନ ଡଜନେରୁ ଅଧିକା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା କଟକଣା ବଢି ଯାଇଛି।

ପାଖାପାଖି ୧୪ ମିଲିୟନ୍‌ରୁ ଅଧିକ ଲୋକ ରହୁଥିବା ଜିଲିନ୍ ସହରରେ କରୋନା ହୁହୁ ହୋଇ ବଢୁଥିବାରୁ ସହର ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି। ଟେଷ୍ଟିଂକୁ ବଢାଇବାସହ ଯଦିବା କାହାର କିଛି ଅତ୍ୟାବଶ୍ୟକ କାର୍ଯ୍ୟ କୌଣସି ରହୁଛି ସେ ସମୟରେ ପୋଲିସ୍‌ର ଅନୁମତି ନେବାକୁ ହେବ ବୋଲି ଘୋଷଣା କରାଯାଇଛି।

ଏସମୟରେ କୋଭିଡ୍ ମୁକାବଲା ପାଇଁ ପାଖାପାଖି ୧୦୦୦ ମେଡିକାଲ୍ ଷ୍ଟାଫ୍, କୋଭିଡ୍ ନିୟନ୍ତ୍ରିତ ସାମଗ୍ରୀ ସହ ଏସବୁ ସ୍ଥାନରେ ନିୟୋଜିତ କରାଯାଇଛି। ସୁର‍କ୍ଷା ଏବଂ ଅନୁପ୍ରବେଶକୁ କଡାକଡି କରିବା ପାଇଁ ମିଲିଟାରି ଫୋର୍ସକୁ ମଧ୍ୟ ସଜାଗ କରାଯାଇଛି।

ଚାଇନାର ଲାଙ୍ଗଝୁ ବିଶ୍ୱବିଦ୍ୟାଳୟ କହିବା ଅନୁସାରେ ଯଦି ଏବେଠୁ ସତର୍କତା ଅବଲମ୍ୱନ କରାଯିବ। ତେବେ ଏପ୍ରିଲ୍ ଶେଷ ଆଜରୁ ଏହାକୁ ରୋକାଯାଇ ପାରିବ। ଯଦି ଏହାକୁ ଅଣଦେଖା କରାଯିବ ତେବେ ପରିସ୍ଥିତି ପୁଣି ସାଂଘାତିକ ହେବ।

ଚାଇନାର ସେନ୍‌ଝେନ୍ ପ୍ରଦେଶର ଉତ୍ତର ପଟେ ଥିବା ସହରରେ ପାଖା ପାଖି ୧୭ମିଲିୟନ ଲୋକ ରୁହନ୍ତି । କରୋନାର ଏମିତି ସମୟରେ ବିଷ୍ଫୋରଣକୁ ରୋକିବା ପାଇଁଏ ସବୁ ଅଞ୍ଚଳରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏହାର ପାର୍ଶ୍ୱବର୍ତ୍ତୀ ସହର ହଂକଂରେ କୋଭିଡ୍ ମୃତ୍ୟୁସଂଖ୍ୟାରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି।

China Lockdown New Variant Lockdown Impact Coronavirus
Advertisment
Advertisment