Advertisment

ମହିଳା ପୋଲିସ କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମହିଳା ପୋଲିସଙ୍କୁ ପ୍ରଶଂସା କରିଛନ୍ତି। ଦେଶର ବିକାଶରେ ସେମାନଙ୍କ ଭୂମିକା ଅନେକ ଓ ଦେଶର ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ସେମାନେ ଆଦର୍ଶ ବୋଲି ମୋଦି କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମର ୮୨ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧନ କରି ମୋଦି ଆହୁରି କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ୧୦୦ କୋଟି ଡୋଜ୍ ଟିକାକରଣ ସଂପନ୍ନ ହୋଇପାରିଛି

author-image
Sarbeswar
Narendra Modi

Narendra Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମହିଳା ପୋଲିସଙ୍କୁ ପ୍ରଶଂସା କରିଛନ୍ତି। ଦେଶର ବିକାଶରେ ସେମାନଙ୍କ ଭୂମିକା ଅନେକ ଓ ଦେଶର ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ସେମାନେ ଆଦର୍ଶ ବୋଲି ମୋଦି କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମର ୮୨ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧନ କରି ମୋଦି ଆହୁରି କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ୧୦୦ କୋଟି ଡୋଜ୍ ଟିକାକରଣ ସଂପନ୍ନ ହୋଇପାରିଛି। ଏହାସହ ଏଥିପାଇଁ ପ୍ରତ୍ୟେକ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ସଫଳତା ଦେଶବାସୀଙ୍କ ଦକ୍ଷତାର ପ୍ରମାଣ ଦେଇଥିବା ସେ କହିଛନ୍ତି।

Advertisment

ତେବେ ଆଗକୁ ସମସ୍ତ ଲୋକଙ୍କୁ ଟିକା ନ ଦେବା ଯାଏ ସ୍ୱାସ୍ଥ୍ୟକର୍ମୀ ଘରେ ବସିବେ ନାହିଁ ବୋଲି ସେ କହିଛନ୍ତି। ଏପରିକି ଲୋକଙ୍କୁ ଟିକା ଦେବା ଲାଗି ଡ୍ରୋନ ମଧ୍ୟ ବ୍ୟବହାର ହୋଇଥିବା ସେ କହିଛନ୍ତି। ଆସନ୍ତା ୩୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥି ଥିବାରୁ ମୋଦି ତାଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଦେଶର ଏକତା ଅକ୍ଷୁର୍ଣ୍ଣ ରଖିବା ଲାଗି ସମସ୍ତେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Advertisment
BJP Padyatra Enters Second Day Narendra Modi
Advertisment
Advertisment