• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଅଣାୟତ ହେଉଛି ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ନୂଆ ନିୟମ ଅନୁସାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।  ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ତେବେ ଘରୋଇ ୪ ଚକିଆ ଯାନରେ ଗଲେ ଜରିମାନା ଲାଗୁ ହେବନି ।

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ଭୟ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧୪୬ ଟି ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣରେ ୮ ଜଣ ଜୀବନ ହରାଇଛନ୍ତି । ପ୍ରାୟ ୧୮୦ ଦିନ ମଧ୍ୟରେ ଏହି ସର୍ବାଧିକ ବୋଲି କୁହାଯାଉଛି । ଏହାପୂର୍ବରୁ ଫେବୃଆରୀ ୧୩ ରେ ରାଜଧାନୀରେ କରୋନାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ମୁମ୍ବାଇରେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ୮୦୦ ରୁ ଅଧିକ ମାମଲା ଦେଖିବାକୁ ମିଳିଛି । ତେବେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧ ପାଉଥିବା ଦେଖି ସରକାର ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ।

ଦିଲ୍ଲୀରେ ବଢ଼ୁଛି ମୃତ୍ୟୁ ସଂଖ୍ୟା . .

ଅଗଷ୍ଟ ୧ ରେ ୨ ଜଣ , ଅଗଷ୍ଟ ୨ରେ ତିନି ଜଣ , ଅଗଷ୍ଟ ୩ ରେ ପାଞ୍ଚ ଜଣ , ଅଗଷ୍ଟ ୪ରେ ଦୁଇ ଜଣ , ଅଗଷ୍ଟ ୫ରେ ଦୁଇ ଜଣ , ଅଗଷ୍ଟ ୭ ରେ ଦୁଇ ଜଣ , ଅଗଷ୍ଟ ୮ରେ ଛଅ ଜଣ , ଅଗଷ୍ଟ ୯ରେ ସାତ ଜଣ ଏବଂ ଅଗଷ୍ଟ ୧୦ରେ ଦିଲ୍ଲୀ ଆଠ ଜଣ ରୋଗୀ ଜୀବନ ହାରିଛନ୍ତି । ଏଥି ସହିତ ଜୁଲାଇ ୨୨ରୁ ଜୁଲାଇ ୩୧ ପର୍ଯ୍ୟନ୍ତ କରୋନାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୨୬, ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଗତ ଏକ ସପ୍ତାହରୁ ଦିଲ୍ଲୀରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

କେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି ?

ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ମୃତ୍ୟୁ ସମ୍ପର୍କରେ ଅଧିକାରୀ ଏବଂ ବିଶେଷଜ୍ଞମାନେ କହିଛନ୍ତି, ଅନ୍ୟ ରୋଗରେ ପୀଡିତ ଲୋକମାନେ ଅଧିକ କରୋନାର ଶିକାର ହେଉଛନ୍ତି । ହଠାତ୍ ଲୋକଙ୍କୁ କରୋନା ସଂକ୍ରମିତ ହେଉଥିବା ପରି ଘଟଣା କମ୍‌ ଦେଖିବାକୁ ମିଳୁଛି । କରୋନା ସଂକ୍ରମିତ ବ୍ୟକ୍ତିମାନେ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି ।