• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆଉ ମାସ୍କ ନପିନ୍ଧିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ମାସ୍କ ନପିନ୍ଧିଥିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଦେବାକୁ ପଡ଼ିବ । ମଙ୍ଗଳବାରଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଯଦି କେହି ମାସ୍କ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେମାନଙ୍କଠାରୁ ଆଦାୟ ହେବ ୫୦୦ ଟଙ୍କା ଜରିମାନା ।

ସପିଂ ମଲ୍, ମେର୍କଟ କମ୍ପ୍ଲେକ୍ସ, ବଜାର, ହାଟ, ଫିଲ୍ମ ହଲ ଆଦି ଅଞ୍ଚଳରେ ଦୋନାକୀମାନଙ୍କୁ ଏନେଇ ସତର୍କ କରାଯାଇଛି । କୌଣସି ଦୋକାନୀ ବିନା ମାସ୍କ ପିନ୍ଧି ବ୍ୟବସାୟ କରି ପାରିବେ ନାହିଁ । ଏହାସହ ସେମାନଙ୍କ ଗ୍ରାହକ ଯେଭଳି ମାସ୍କ ପିନ୍ଧି ଦୋକାନକୁ ଆସିବେ ସେନେଇ ମଧ୍ୟ ସେମାନେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଚେନ୍ନାଇରେ ଏଭଳି କଡ଼ା ନିୟମ ଲାଗୁ କରାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାସ୍କକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । କାରଣ ଚେନ୍ନାଇରେ ଏବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।

ଅନ୍ୟପଟେ ଆଜି ଗୋଟିଏ ଦିନରେ ଦେଶରେ ୧୩ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୧୬୧୩୫ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାସହ ୧୯ ଜଣଙ୍କ ଜୀବନ ଯାଇଛି । ସାରା ଦେଶରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୪୨ରେ ପହଞ୍ଚିଛି । ସେହିଭଳି ଏବେ ୧ ଲକ୍ଷ ୧୪ ହଜାର ୪୭୫ ଆକ୍ଟିଭ୍‌ କେସ୍‌ ରହିଛି । ତେବେ ଏହାରି ଭିତରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି । ୧୨ ୪୫୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ଓଡ଼ିଶାରେ ପୁଣି ଥରେ ତିନି ଶହ ପାର କରିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୩ ଜଣ ଆକ୍ରାନ୍ତ ବାହାରିଛନ୍ତି ।ସେଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୮୭ ଜଣ ଥିବା ବେଳେ କଟକରୁ ୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଆଜିର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଲକ୍ଷ ୯୧ ହଜାର ୧୧୭କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୧୩ ହଜାର ୮୬ ପଜିଟିଭ ଚିହ୍ନଟ । ଗତକାଲି ଏହି ସଂଖ୍ୟା ୧୬ ହଜାର ୧୩୫ ଥିଲେ । ଆଜି ଦେଶରେ ୧୯ ମୃତ ଚିହ୍ନଟ ହୋଇଛନ୍ତି । ଏହାପରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୪୨କୁ ବୃଦ୍ଧି ପାଇଛି ।