• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇସ୍ରାଏଲରେ ଠାବ ହୋଇଛି କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ । ଚିନ୍ତାର ବିଷୟ ହେଉଛି, ଏହା କୌଣସି ସମ୍ପୂର୍ଣ୍ଣ ନୂଆ ଭ୍ୟାରିଆଣ୍ଟ୍ ନୁହେଁ ବରଂ ଓମିକ୍ରନର ୨ଟି ସବ୍-ଭ୍ୟାରିଆଣ୍ଟର ସମ୍ମେଳନ । ଏଭଳି ଭ୍ୟାରିଆଣ୍ଟର ଏଯାଏଁ ନାମକରଣ ହୋଇନି । ଏଥିସହ ତାହା ଇସ୍ରାଏଲରେ ଉତ୍ପତ୍ତି ହୋଇଛି, ନା ଆଉ କେଉଁଠୁ ଇସ୍ରାଏଲ୍ ଭିତରକୁ ଆସିଛି, ତାହା ବି ସ୍ପଷ୍ଟ ହୋଇନି ।

ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି । ତେବେ କୋଭିଡର ନୂଆ ଭ୍ୟାରିଆଣ୍ଟ ଯାହା ଦୁଇ ପ୍ରକାର ଭ୍ୟାରିଆଣ୍ଟକୁ ଏକାଠି କରେ । ତାହା ପୂର୍ବରୁ ଡେଲ୍ଟାକ୍ରନରେ ଦେଖିବାକୁ ମିଳିଥିଲା । ଡେଲ୍ଟାକ୍ରନରେ କୋଭିଡର ଡେଲ୍ଟା ଭ୍ୟାରିଆଣ୍ଟ ଏବଂ ଓମିକ୍ରନ୍ ମିଶି ରହିଥିଲା ।

ତେବେ ଇସ୍ରାଏଲରେ ଠାବ ନୂଆ ଭ୍ୟାରିଆଣ୍ଟରେ କେବଳ ଓମିକ୍ରନ୍ ଭ୍ୟାରିଆଣ୍ଟର ୨ଟି ସବଭାରିଆଣ୍ଟ ରହିଥିବା କୁହାଯାଉଛି । ତେବେ ଏହି ଆକ୍ରାନ୍ତଙ୍କୁ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକ ପଡ଼ିନଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେମାନଙ୍କ ଠାରେ ସାମାନ୍ୟ ଜ୍ୱର ସହ ମୁଣ୍ଡ ବିନ୍ଧା ଏବଂ ମାଂସପେଶୀରେ ପୀଡ଼ା ଅନୁଭବ ହେଉଛି । ତେବେ ନୂଆ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆବଶ୍ୟକ ନଥିବା ଇସ୍ରାଏଲର ପାଣ୍ଡେମିକ୍ ରେସ୍ପନ୍ସ ମୁଖ୍ୟ ସଲମାନ ଜାରକା କହିଛନ୍ତି ।

ଇସ୍ରାଏଲ୍ ଭିତରେ ନା ଅନ୍ୟ କେଉଁ ଦେଶରେ ହୋଇଛି ଏହି ନୂଆ ଭ୍ୟାରିଆଣ୍ଟର ଉତ୍ପତ୍ତି ? ସଂକ୍ରମିତ ଯାତ୍ରୀମାନେ ଇସ୍ରାଏଲ୍ ଭିତରେ ସଂକ୍ରମିତ ହୋଇଛନ୍ତି ନା ବାହାରୁ ସଂକ୍ରମିତ ହୋଇ ଆସିଛନ୍ତି ? ଏସବୁ ପ୍ରଶ୍ନର ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନି ଇସ୍ରାଏଲ୍ କୁହାଯାଇଛି । ଇସ୍ରାଏଲ୍ ଛାଡ଼ିବା ବେଳେ ବିମାନ ବନ୍ଦରରେ ଟେଷ୍ଟିଂ ବେଳେ ସେମାନେ ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା ।

ପୂର୍ବରୁ ମଧ୍ୟ କରୋନାର ଅନେକ ଭ୍ୟାରିଆଣ୍ଟ ସାମ୍ନାକୁ ଆସି ସାରିଛି ଓମିକ୍ରନ୍ । ଦ୍ରୁତ ସଂକ୍ରମିତ ଭ୍ୟାରିଆଣ୍ଟ, ଯାହା ଗତ ବର୍ଷ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ପରେ ଏହା ଦ୍ରୁତ ବେଗରେ ବ୍ୟାପି ବିଶ୍ୱର ବିଭିନ୍ନ ଦେଶକୁ କାୟା ବିସ୍ତାର କରିଥିଲା ଓ ଭାରତରେ ସଂକ୍ରମଣର ତୃତୀୟ ଲହର ଆଣିଥିଲା । ଏହା ପୂର୍ବରୁ ଦେଶରେ କରୋନା ଦ୍ୱିତୀୟ ଲହର ବେଳେ ଦେଖିବାକୁ ମିଳିଥିଲା ଡେଲଟା ଏବଂ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟର ପ୍ରାଦୁର୍ଭାବ ।

କରୋନାର ନୂଆ ଲହରରୁ ଲୋକଙ୍କୁ ରକ୍ଷା କରିବା ପାଇଁ ବିଶ୍ୱର ପ୍ରଥମ ଦେଶ ଭାବେ ବୁଷ୍ଟର୍ ଡୋଜ୍ ଦେବା ଆରମ୍ଭ କରିଥିଲା ଇସ୍ରାଏଲ । ସେଠାକାର ୯୨ ଲକ୍ଷ ଜନସଂଖ୍ୟାରୁ ୪୦ ଲକ୍ଷରୁ ଅଧିକ ଲୋକେ କରୋନାର ବୁଷ୍ଟର ଡୋଜ୍ ନେଇସାରିଲେଣି । ତେବେ ପୂର୍ବରୁ ସେଠାରେ ଫ୍ଲୋରୋନା ନାମକ ନୂତନ ସଂକ୍ରମଣ ମଧ୍ୟ ଠାବ ହୋଇଥିଲା, ଯାହା କୋଭିଡ୍-୧୯ ଏବଂ ଇନଫ୍ୟୁଏଞ୍ଜାର ମିଶ୍ରଣ ଥିଲା । ଚୀନରେ ପୁଣି ବେକାବୁ ହେଲାଣି ସ୍ଥିତି କୋଭିଡ୍ ସଂକ୍ରମଣ ପରେ ଅନେକ ସହରରେ ଲକଡାଉନ୍‌ ।