ରାଜ୍ୟରେ ଏବେ ଓମିକ୍ରନ୍ ସହ ଡେଲ୍ଟା ଭାରିଆଣ୍ଟ୍ ସକ୍ରିୟ ରହିଛି। ରାଜ୍ୟରେ ଏବେ ବି ୨୫ରୁ ୩୦% ଡେଲ୍ଟା ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। କିଛିଦିନ ପୂର୍ବେ ହୋଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡ଼ିଛି। ଯେହେତୁ ଡେଲ୍ଟା ଭାରିଆଣ୍ଟ ଅଧିକ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ବୋଲି ସେ କହିଛନ୍ତି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ଯେଉଁମାନେ ଟିକା ନେଇ ନାହାନ୍ତି, ଟିକା ନିଅନ୍ତୁ ଓ ମାସ୍କ ପିନ୍ଧନ୍ତୁ। ଏହାସହ ସାମାଜିକ ଦୂରତା ବଜାୟ ରଖନ୍ତୁ। ତେବେ ନିଓକୋଭ୍ ଯେଉଁ ଭାରିଆଣ୍ଟ ବାହାରିଛି, ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ। ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତା ଉପରେ ନଜର ରଖାଯାଇଛି।’
Also Read
ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି। ଲଗାତାର ପଜିଟିଭିଟି ରେଟ୍ କମି ଚାଲିଛି। ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢୁଛି ଓ କେଉଁଠି କମୁଛି ସେନେଇ ସରକାରଙ୍କୁ ଟେକ୍ନିକାଲ ଇନପୁଟ୍ ଦିଆଯିବ। ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବୃଆରୀରେ କଟକଣା କୋହଳ କରିବେ କି ନାହିଁ ନିଷ୍ପତ୍ତି ନେବେ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧,୨୫୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।