• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨ ରୁ ୧୪ ବର୍ଷ ବୟସ୍କ ପିଲାଙ୍କ ଟୀକାକରଣ । ୨୦୧୫ ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ଜନ୍ମ ହୋଇଥିବା ପିଲାଙ୍କୁ କୋଭିଡ ଟୀକା ଦିଆଯିବ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ବର୍ତ୍ତମାନ ଜନ୍ମ ତାରିଖ ଆଧାରରେ ଟୀକା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ । cowin ପୋର୍ଟାଲରେ ଏ ବର୍ଗଙ୍କ ଟୀକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟୀକା ଦିଆଯିବ ଓ ସ୍କୁଲଗୁଡ଼ିକରେ ଟୀକା ଦିଆଯିବ । ଏହି ପ୍ରକ୍ରିୟାରେ ଶିକ୍ଷକମାନେ ସହଯୋଗ କରିବେ । ଟାଇମିଙ୍ଗ ଅନୁସାରେ ଟୀକାକରଣ କରିବାକୁ CDMO ମାନଙ୍କୁ ନିର୍ଦେଶ ଦିଆଯାଇଛି ।

SC-ST ବିଭାଗ ସହ ସମନ୍ୱୟ ରଖି ଟୀକାକରଣ କରାଯିବ । ସମୟରେ ପିଲାଙ୍କ ଟୀକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ । ପିଲାଙ୍କୁ କାକର୍ଭିଭାକ୍ସ ଟୀକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟୀକା ଦିଆଯିବ । ଯେଉଁ ନିୟମାବଳୀ ଆଧାରରେ ଟୀକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।