• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ପୁଣି ଥରେ କାୟା ମେଳାଉଛି କରୋନା । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ଟିକାକରଣ ଆଜିଠୁ ପୁଣି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ।

ଯେଉଁମାନେ ଟିକାର ଡବଲ ଡୋଜ୍ ନେଇ ସାରିଛନ୍ତି, ସେମାନେ ପ୍ରିକସନ ଡୋଜ୍ ନେଇପାରିବେ, ହେଲେ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ହିଁ ଏହି ଡୋଜ୍ ନେଇ ହେବ ବୋଲି ସୂଚନା ଦିଆଯାଇଛି । ଯିଏ ପୂର୍ବରୁ ଯେଉଁ ଟିକା ନେଇଛନ୍ତି, ପ୍ରିକସନ୍ ଡୋଜ୍ ଭାବେ ସମାନ ଟିକା ଦିଆଯିବ । ସାରା ଦେଶରେ ପାଖାପାଖି ୧ କୋଟି ୫ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ, ୧ କୋଟି ୯ ଲକ୍ଷ ସମ୍ମୁଖ ଯୋଦ୍ଧା, ୨ କୋଟି ୭୫ ଲକ୍ଷ ବୟସ୍କ ଓ କୋମରଭିଡଙ୍କୁ ଏହି ଟିକା ଦିଆଯିବ । ପ୍ରିକସନ୍ ଡୋଜ୍ ନେବା ପାଇଁ ପୁଣି ଥରେ ପଞ୍ଜିକରଣ କରିବା ଆବଶ୍ୟକ ନାହିଁ । କେବଳ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ । ତାସହ ବୟସ୍କଙ୍କୁ ଏସମ୍ବର୍ଦ୍ଧୀୟ କୌଣସି ସାର୍ଟିଫିକେଟ୍ ଦେଖାଇବା ଆବଶ୍ୟକ ବି ନାହିଁ ବୋଲି କୁହାଯାଇଛି ।

ଦେଶ ଅବା ରାଜ୍ୟ, ସବୁଠି କରୋନା ସଂକ୍ରମଣର ପ୍ରଖର ସୁଅ। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଡେଇଁଥିବା ବେଳେ ରାଜ୍ୟରେ ୪ହଜାର ୭ଶହ ଉପରକୁ ଗଲାଣି। ଭୁବନେଶ୍ୱରରେ କାଲି ଆଉ ୭ ସ୍ଥାନକୁ କଣ୍ଟେନ୍‌ମେଣ୍ଟ୍‌ ଘୋଷଣା କରିଛି ବିଏମ୍‌ସି। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକ୍‌ସନ୍ ଡୋଜ୍ ଟିକାକରଣ। ଯେଉଁମାନେ ୯ ମାସ ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି, ସେମାନେ ପ୍ରିକ୍‌ସନ୍ ଡୋଜ୍ ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେପଟେ ରାଜ୍ୟରେ କୋଭିଡ୍ ସ୍ଥିତି ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।