Advertisment

ଦେଶରେ ଦିନକରେ ୧,୧୯୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଦିନକରେ ୧ ଲକ୍ଷ ୬୭ ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
India's Covid Cases Fall To 2.55L

Indias Covid Cases Fall To 2.55L

ଦେଶରେ ଦିନକରେ ୧ ଲକ୍ଷ ୬୭ ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି।

Advertisment

ଦେଶରେ ଆଉ ୧୧୯୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୬ ହଜାର ୨୪୨କୁ ବୃଦ୍ଧି ପାଇଥିବାବେଳେ ପଜିଟିଭିଟି ହାର ୧୧.୬୯ ପ୍ରତିଶତ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ଟିଭ୍ କେସ୍, , ୧୭ ଲକ୍ଷ ୪୩ ହଜାର ୫୯ ଥିବାବେଳେ ୩ କୋଟି ୯୨ ଲକ୍ଷ ୩୦ ହଜାର ୧୯୮ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ସେହିପରି ରାଜ୍ୟରେ ଆଉ ୩ ହଜାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧,୭୯୭ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ୧,୨୮୯ ସଂକ୍ରମଣ ସଂଖ୍ୟା ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୫୪ ଜଣ ୧୮ ବର୍ଷରୁ କମ୍ ବର୍ଗର ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି ।

Advertisment

ରାଜ୍ୟରେ ଚିହ୍ନଟ ୩,୦୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮୨ , ବାଲେଶ୍ୱରରୁ ୭୬ , ବରଗଡ଼ରୁ ୩୬, ଭଦ୍ରକରୁ ୭୭ , ବଲାଙ୍ଗିରରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୧୬ , କଟକରୁ ୩୨୫ , ଦେବଗଡ଼ରୁ ୬୯ , ଢେଙ୍କାନାଳରୁ ୭୧ , ଗଜପତିରୁ ୬୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଠିକ୍‌ ସେହିପରି ଗଞ୍ଜାମରୁ ୪୬ , ଜଗତସିଂହପୁରରୁ ୭୪ , ଯାଜପୁରରୁ ୧୪୯ , ଝାରସୁଗୁଡ଼ାରୁ ୬୯ , କଳାହାଣ୍ଡିରୁ ୭୭ , କନ୍ଧମାଳରୁ ୨୪ ଓ କେନ୍ଦ୍ରାପଡ଼ାରୁ ୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଏତିକି ନୁହେଁ କେନ୍ଦୁଝରରୁ ୩୯ , କୋରାପୁଟରୁ ୪୪ , ମାଲକାନଗିରିରୁ ୩୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୦୯ , ନବରଙ୍ଗପୁରରୁ ୮୪ , ନୟାଗଡରୁ ୧୧୦, ନୂଆପଡ଼ାରୁ ୧୦୬ , ପୁରୀରୁ ୪୨, ରାୟଗଡ଼ାରୁ ୪୦ , ସମ୍ବଲପୁରରୁ ୭୫ , ସୋନପୁରରୁ ୩୫ , ସୁନ୍ଦରଗଡରୁ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Coronavirus India COVID19 Updates Odisha COVID-19 Update
Advertisment
Advertisment