• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚିନ୍ତା ବଢ଼ାଇଲାଣି କୋଭିଡର ଦ୍ରୁତ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୬ ହଜାର ୫୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ବି ଶହେ ଡେଇଁଛି ଦୈନିକ ସଂକ୍ରମଣ। କୋଭିଡ୍ ମୁକାବିଲା ପାଇଁ ସବୁ ରାଜ୍ୟକୁ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ଏହାସହ ଜିଲ୍ଲାସ୍ତରରେ ପ୍ରସ୍ତୁତିର ସମୀକ୍ଷା ସହ ହସ୍ପିଟାଲ୍ ଗୁଡ଼ିକରେ ମକଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି କହିଲେଣି ଏବେଠୁ କୋଭିଡ୍ ନିୟମ ନ ମାନିଲେ, ଆଗକୁ ବନାଗ୍ନି ଭଳି ବ୍ୟାପିବ।…

ଦୈନିକ ସଂକ୍ରମଣ - ୬ ହଜାର ପାର (୬,୦୫୦)

ସକ୍ରିୟ ସଂକ୍ରମଣ - ୧୩ ମୃତ୍ୟୁ, ୨୮ ହଜାର ( ୨୮,୩୦୩)

ରାଜ୍ୟରେ ପ୍ରାୟ ୬ ମାସ ବ୍ୟବଧାନ ପରେ ଶହେ ଟପିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ କରୋନା ରେଗୀ। ସକ୍ରିୟ ରୋଗୀ ସଂଖ୍ୟା ବୃଦ୍ଧି ଘଟି ୪୨୯ରେ ପହଞ୍ଚିଛି । ଏହାପୂର୍ବରୁ ଅକ୍ଟୋବର ୧୨ରେ ରାଜ୍ୟର ଦୈନିକ ସଂକ୍ରମଣ ୧୦୩ ଥିଲା।

ତେଣୁ ଦେଶରେ ବଢ଼ୁଥିବା କରୋନା ଗ୍ରାଫରେ ବ୍ରେକ୍ ଦେବାକୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବା ସହ କୋଭିଡ୍ ପରିଚାଳନା ନେଇ ରାଜ୍ୟମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହାସହ ଏପ୍ରିଲ ୮ ଓ ୯ ତାରିଖରେ ସବୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କୋଭିଡ୍ ପ୍ରସ୍ତୁତିର ସମୀକ୍ଷା କରିବା ଏବଂ ଏପ୍ରିଲ ୧୦ ଓ ୧୧ ତାରିଖରେ ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ପ୍ରସ୍ତୁତି ନେଇ ମକଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।...

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଦେଶରେ ଏବେ ଆଉ ଏକ ଲହର ଆରମ୍ଭ ହୋଇଗଲାଣି । କରୋନା ଭୂତାଣୁ ନେଇ କିଛି ଆକଳନ କରିହେବନି । ଏହି ଭୂତାଣୁ ବନାଗ୍ନି ଭଳି ମାଡ଼ିଚାଲୁଛି । ଏବେଠୁ ସତର୍କ ନ ହେଲେ, ୧୫ ଦିନରେ ୧୦ ଗୁଣା ହେବା ଆଶଙ୍କାକୁ ବି ଏଡ଼ାଯାଇପାରିବନି । ତେଣୁ ଏବେ ଠାରୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ଭଳି କୋଭିଡ୍ ନିୟମକୁ ପାଳନ କରାଯିବା ଉଚିତ। ସେହିପରି ଅନେକ ଲୋକଙ୍କ କ୍ଷେତ୍ରରେ ଟୀକା ନେବାର ୬ ମାସ ଅତିକ୍ରମ କରିଗଲାଣି। ତେଣୁ କୋମରବିଡ୍ ତଥା କ୍ରୋନିକ୍ ଡିଜିଜ୍ ଥିବା ରୋଗୀ ପୁଣି ଏକ ବୁଷ୍ଟର ଡୋଜ୍ ନେବାର ସମୟ ଆସିଗଲାଣି ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।...

ଏସବୁ ଭିତରେ ଜନଗହଳି ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ପୁଡ଼ୁଚେରୀ ସରକାର । ତେବେ ଆମ ରାଜ୍ୟରେ ଶତକ ଛୁଇଁଥିବା ଦୈନିକ ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି, ତାକୁ ହିଁ ଅପେକ୍ଷା ।

  • Reported by:
  • KAPILENDRA PRADHAN