Advertisment

ଦେଶରେ ସଂକ୍ରମଣ କମୁଛି, ହେଲେ ବଢ଼ୁଛି ମୃତ୍ୟୁହାର

ଦେଶରେ ଦିନକରେ ୨ ଲକ୍ଷ ୯ହଜାର ୯୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦କୁ ବୃଦ୍ଧି ପାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
India reports 2,09,918 new COVID19 cases

India reports 2,09,918 new COVID19 cases

ଦେଶରେ ଦିନକରେ ୨ ଲକ୍ଷ ୯ହଜାର ୯୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦କୁ ବୃଦ୍ଧି ପାଇଛି।

Advertisment

ଦେଶରେ ଆଉ ୯୫୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୫ ହଜାର ୫୦କୁ ବୃଦ୍ଧି ପାଇଥିବାବେଳେ ପଜିଟିଭିଟି ହାର ୧୫.୭୭ ପ୍ରତିଶତ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ଟିଭ୍ କେସ୍ ୧୮ ଲକ୍ଷ ୩୧ ହଜାର ୨୬୮ ଥିବାବେଳେ ୩ କୋଟି ୮୯ ଲକ୍ଷ ୭୬ ହଜାର ୧୨୨ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ସେହିପରି ରାଜ୍ୟରେ ଆଉ ୩ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧,୯୩୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ୧,୩୯୫ ସଂକ୍ରମଣ ସଂଖ୍ୟା ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୦୪ ଜଣ ୧୮ ବର୍ଷରୁ କମ୍ ବର୍ଗର ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୬୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।

Advertisment

ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଉ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ଅଡିଟ୍ ପ୍ରୋସେସ୍ରେ ଆଉ ୧୮ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧକ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ ଓ ଯାଜପୁରରୁ ୩ ଲେଖାଏଁ ଓ ଜଗତସିଂହପୁରରୁ ୨ ଜଣଙ୍କର ମୃତ୍ୟୁ ହେବାସହ ଭଦ୍ରକ, କଟକ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ସଂକ୍ରମିତଙ୍କୁ ମୃତ୍ୟୁ ହୋଇଛି ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୬୧୨କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଚିହ୍ନଟ ୩,୩୨୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮୫, ବାଲେଶ୍ୱରରୁ ୧୪୧, ବରଗଡ଼ରୁ ୪୬, ଭଦ୍ରକରୁ ୫୭, ବଲାଙ୍ଗିରରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୪୯, କଟକରୁ ୨୩୯, ଦେବଗଡ଼ରୁ ୬୭, ଢେଙ୍କାନାଳରୁ ୬୧, ଗଜପତିରୁ ୬୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଠିକ୍‌ ସେହିପରି ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୭୦, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୭୪, କଳାହାଣ୍ଡିରୁ ୧୦୭, କନ୍ଧମାଳରୁ ୪୩ ଓ କେନ୍ଦ୍ରାପଡ଼ାରୁ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଏତିକି ନୁହେଁ କେନ୍ଦୁଝରରୁ ୨୧, କୋରାପୁଟରୁ ୫୯, ମାଲକାନଗିରିରୁ ୩୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୯୦, ନୟାଗଡରୁ ୧୨୦, ନୂଆପଡ଼ାରୁ ୧୨୯, ପୁରୀରୁ ୫୬, ରାୟଗଡ଼ାରୁ ୬୬, ସମ୍ବଲପୁରରୁ ୧୧୫, ସୋନପୁରରୁ ୩୫, ସୁନ୍ଦରଗଡରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Coronavirus India COVID19 Updates Odisha COVID-19 Update
Advertisment
Advertisment