• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୧ ଲକ୍ଷ ୭୨ ହଜାର ୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ ପଜିଟିଭିଟି ହାର ୧୦.୯୯ ପ୍ରତିଶତ ହୋଇଛି ।

ଦେଶରେ ଦିନକରେ ୧୦୦୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୮ ହଜାର ୯୮୩କୁ ବୃଦ୍ଧି ପାଇଛି । ୧୫ ଲକ୍ଷ ୩୩ ହଜାର ୯୨୧ ଜଣ ସଂକ୍ରମିତ ଥିବାବେଳେ ଦେଶରେ ୩ କୋଟି ୯୭ ଲକ୍ଷ ୭୦ ହଜାର ୪୧୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପକ୍ଷେ, ପାଞ୍ଚ ବର୍ଷରୁ ସାନ ପିଲାଙ୍କୁ ଖୁବଶୀଘ୍ର କରୋନା ଟିକା ଦେବା କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବାକୁ ଫାଇଜର ଓ ବାୟୋଏନ୍‌ଟେକ୍‌ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ପାଖରେ ଆବେଦନ କରିଛନ୍ତି । ୬ ମାସରୁ ୪ ବର୍ଷର ଶିଶୁଙ୍କୁ ଟିକା ଦେବା ଲାଗି ଗତକାଲି ଏହି ଦୁଇ କଂପାନୀ ଅନମୁତି ଲୋଡ଼ିଛନ୍ତି ।

ଯଦି କମ୍ପାନୀକୁ ଅନୁମତି ମିଳିଯିବ ତେବେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଫାଇଜର-ବାୟୋଏନ୍ଟେକ୍ ଭ୍ୟାକସିନ ପ୍ରଥମ ଟିକା ହେବ । ତେବେ ଅନୁମତି ମିଳିବା ଲାଗି ଆବଶ୍ୟକୀୟ ପ୍ରକ୍ରିୟା ଖୁବଶୀଘ୍ର ସରିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ପାଞ୍ଚ ବର୍ଷର ତଳକୁ ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବାରୁ, ପିଲାମାନଙ୍କୁ ଏଥିରୁ ରକ୍ଷା କରିବା ଦିଗରେ ଏହି ଟିକା ସଫଳ ହେବ ବୋଲି ଫାଇଜରର ଅଧ୍ୟକ୍ଷ ଆଲବର୍ଟ ବର୍ଲା କହିଛନ୍ତି ।