Advertisment

ଓଡ଼ିଶାରେ ଏବେ ବି ସକ୍ରିୟ ଡେଲ୍‌ଟା ଭ୍ୟାରିଆଣ୍ଟ: ହାଲୁକା ନନେବାକୁ ପରାମର୍ଶ

ଏପଟେ ଥରକୁ ଥର ରୂପ ବଦଳାଉଥିବା କରୋନାର ୟା ଭିତରେ ସୃଷ୍ଟି ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ। ଯାହାର ନାଁ ନିଓକୋଭ।

author-image
Chandan Shishu
Delta Variant

Delta Variant

ଭୁବନେଶ୍ୱର: ସଂକ୍ରମଣ ତଳ ମୁହାଁ ସତ୍ତ୍ୱେ ରାଜ୍ୟରୁ ଏଯାଏଁ ଦୂର ହୋଇନି ମହାମାରୀ ଭୟ। ଓଡ଼ିଶାରେ ଏବେବି ସକ୍ରିୟ ରହିଛି ମାରାତ୍ମକ ଭାରିଆଣ୍ଟ୍ ଡେଲ୍‌ଟା।
କିଛିଦନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ମିଳିଥିବା ତଥ୍ୟକୁ ଉଦ୍ଧାର କରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କରୋନାର ତୃତୀୟ ଲହରରେ ଖାଲି ଓମିକ୍ରନ ନୁହେଁ, ତାସହ ସକ୍ରିୟ ରହିଛି ଘାତକ ଡେଲ୍ଟା ଭାରିଆଣ୍ଟ। ତୃତୀୟ ଲହରରେ ଏଯାଏଁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେଣି, ତା ଭିତରୁ ୨୫ରୁ ୩୦ ପ୍ରତିଶତ ଲୋକେ ଡେଲଟା ଦ୍ୱାରା ସଂକ୍ରମିତ। ଡେଲଟା ଦ୍ୱାରା ସଂକ୍ରମିତ ହେଲେ ବ୍ୟକ୍ତି ଅଧିକ ଗୁରୁତର ହେଉଥିବା ଏବଂ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏକ ଚତୁର୍ଥାଂଶରୁ ଅଧିକ ଏ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଥିବାରୁ ଏଯାଏଁ କରୋନା ବିପତ୍ତି ଟଳିନାହିଁ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ଏପଟେ ଥରକୁ ଥର ରୂପ ବଦଳାଉଥିବା କରୋନାର ୟା ଭିତରେ ସୃଷ୍ଟି ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ। ଯାହାର ନାଁ ନିଓକୋଭ। ନିଓକୋଭ୍ ଦକ୍ଷିଣ ଆଫ୍ରିକାରେ କେବଳ ବାଦୁଡ଼ିଙ୍କଠାରେ ଠାବ ହୋଇଥିବା ଚୀନର ବୈଜ୍ଞାନିକମାନଙ୍କ ମତ ପରେ ପୁଣି ବ଼ଢ଼ିଛି ଭୟ। ନିଓ କୋଭ୍ ଭାଇରସର MERS-CoV ଭାଇରସ ସହ ସମ୍ପର୍କ ଥିବା ଏବଂ ଏହା ମଧ୍ୟପୂର୍ବ ଦେଶଗୁଡ଼ିକରେ ମହାମାରୀ ସୃଷ୍ଟି କରିଥିଲା। ସେହିଭଳି MERS-CoVରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ୩ ଜଣରୁ ଜଣକଙ୍କ ମୃତ୍ୟୁ ଆଶଙ୍କା ରହିଥିବାରୁ ଏହା ଚିନ୍ତା ବଢାଇଛି। ତେବେ ନିଓକୋଭ୍ ଏଯାଏଁ ମଣିଷଙ୍କଠାରେ ମିଳିବାର ପ୍ରମାଣ ନଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଥିବାରୁ ଏହା ଆଶ୍ୱାସନା ଆଣିଛି।

ଏଣେ ରାଜ୍ୟରେ ଧିରେ ଧିରେ କୋଭିଡ୍ ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଲଗାତାର ଭାବେ କମି ଚାଲିଛି ପଜିଟିଭିଟି ରେଟ୍। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ ୧୯ ତାରିଖରେ ସର୍ବାଧିକ ଦୈନିକ ସଂକ୍ରମଣ ୧୧ ହଜାର ୬୦୭ ଛୁଇଁଥିଲା। ଆଉ ଗଲା ୧୦ ଦିନ ଭିତରେ ସଂକ୍ରମଣ ହାର ଏବେ ତଳ ମୁହାଁ ହୋଇ ଆଜି ଦୈନିକ ସଂକ୍ରମଣ ୪ ହଜାର ୮୪୨କୁ ଖସିଛି। ଏପଟେ କରୋନାର ନୂଆ ନୂଆ ମ୍ୟୁଟେସନ ଓ ଜେନମ୍ ସିକ୍ୟୁଏନ୍ସ ଉପରେ ଗବେଷଣା କରୁଥିବା ILS ମୁଖ୍ୟ ଡାକ୍ତର ଅଜୟ ପରିଡ଼ା କହିଛନ୍ତି, ଦେହରେ ଆଣ୍ଟିବଡ଼ି ଅଧିକ ଥିବା ସତ୍ତ୍ୱେ ଏବଂ ଥରେ ସଂକ୍ରମିତ ହେବା ପରେ ବି ବ୍ୟକ୍ତି ପୁଣି ସଂକ୍ରମଣର ଆଶଙ୍କା ଥିବାରୁ ଲୋକେ ହାଲୁକା ନହେବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment

ଏପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗତକାଲି ଦକ୍ଷିଣ ଭାରତର ରାଜ୍ୟରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା ପରେ ଅାଜି ଓଡିଶା ସହ ବିହାର, ଝାଡଖଣ୍ଡ, ପଶ୍ଚିମବଂଗ ଓ ଛତିଶଗଡର ଭଳି ୫ଟି ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

COVID19 Delta Variant Corona New Variant
Advertisment
Advertisment