• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ

  • ଶାଗ ଜାତୀୟ ଖାଦ୍ୟ ଓମିକ୍ରନ ସଂକ୍ରମିତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ

ଡାକ୍ତର ରୋବର୍ଟ ଜି ଲାହିତାଙ୍କ କହିବା ଅନୁସାରେ, ଯେଉଁ ଲୋକେମାନେ ଓମିକ୍ରନ ଓ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଭୋକ କମ୍ ଲାଗେ। ଓମିକ୍ରଅ ହେବା ଦ୍ୱାରା ତଣ୍ଟି ଖୁବ୍ ଦର୍ଜ ହୋଇଥାଏ । ଏମିତିରେ କୌଣସି ଲିକ୍ୱିଡ୍ ଜାତୀୟ ଖାଦ୍ୟ ଖାଇଲେ ବି ତଣ୍ଟିରେ ଯନ୍ତ୍ରଣା ହୋଇଥାଏ । ଏମିତିକି ଗଳା ଦର୍ଜ ଓ ଭୋକ ନ ଲାଗିବା କାରଣରୁ ବି କିଛି ଖାଇବାକୁ ମନ ହୋଇନଥାଏ। କିନ୍ତୁ ସୁସ୍ଥ ହେବାକୁ ଶରୀର ନ୍ୟୁଟ୍ରିସନ୍ ପାଇବା ଖୁବ୍ ଜରୁରୀ। ଏମିତିରେ କଣ ସବୁ ଖାଇବେ ଜାଣନ୍ତୁ।

ଦହି:

ଓମିକ୍ରନରେ ଆକ୍ରାନ୍ତ ହେଲେ ଦହି ଖାଆନ୍ତୁ। ଦହି ତରଳ ଜାତୀୟ ଓ ନରମ୍ ହୋଇଥିବା କାରଣରୁ ଗଳାକୁ ଆରାମ୍ ମିଳିଥାଏ। ଏହା ସହ ଏଥିରେ ପ୍ରୋଟିନ୍ ଭରପୁର ମାତ୍ରାରେ ଥିବାରୁ ଭୋକ ଖୁବ୍ କମ୍ ଲାଗିଥାଏ ।

curdcurd

ସୁପ୍:

 ଗଳାକୁ ଆରମ୍ ଓ ପୋଷଣ ପାଇଁ ସୁପ୍ ଅତ୍ୟନ୍ତ ଭଲ। ଡାକ୍ତରଙ୍କ କହିବା ଅନୁସାରେ ସୁପରେ ପ୍ରଚୁର ପରିମାଣରେ ଇଲୋକ୍ରୋଲାଇଟ୍ ଅଛି। ଯାହା ସେବନ କରିବା ଖୁବ୍ ଉପକାରୀ ହୋଇଥାଏ। ଯଦି ଆପଣଙ୍କୁ ଅଧିକ ଭୋକ ଲାଗୁଛି ତାହେଲେ ସୁପରେ କିଛି ପରିବା ମିଶାଇ ପାରିବେ। ଏହାଦ୍ୱାରା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ମିଳିବ ଯାହା ସଂକ୍ରମଣସହ ଲଢିବାକୁ ସାହାଯ୍ୟ କରିବ।

soupsoup


ଶାଗ:

ଏହି ସମୟରେ ଶାଗ ଖାଇବା ଅତ୍ୟନ୍ତ ଭଲ। କାହିଁକିନା ଶାଗ ଜାତୀୟ ଖାଦ୍ୟ ଓମିକ୍ରନ ସଂକ୍ରମିତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ପାଳଙ୍ଗ, ପତ୍ରକୋବି, ଫୁଲ କୋବି ଆଦି ସେବନ କରି ପାରିବେ।


ପ୍ରୋଟିନ୍ ସେକ୍:

ଡାକ୍ତରଙ୍କ କହିବା ଅନୁସାରେ ଓମିକ୍ରନ୍ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ପ୍ରୋଟିନ୍ ସେକ୍ ସେବନ କରିବା ଉଚିଚ୍। ଏଥିପାଇଁ ଆପଣ ନିଜ ପସନ୍ଦର ପ୍ରୋଟିନ୍ ପାଉଡରକୁ କ୍ଷୀର କିମ୍ବା ପାଣିରେ ମିଶାଇ ସେବନ କରି ପାରିବେ।
 

OTV is now on Whatsapp

Join and get latest news update delivered to you via whatsapp

Join Now