/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647593849.jpg)
Corona Testing
ମହାମାରୀ ପାଇଁ ଓଡ଼ିଶାରେ ସ୍ଥିତି ଚିନ୍ତାଜନକ ନୁହେଁ । ତଥାପି ଦେଶର କିଛି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶାରେ ଆଗୁଆ ସତର୍କତା ଅବଲମ୍ବନ କରିବା ଏବଂ ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଏ ସମ୍ପର୍କରେ ସବୁ ଜିଲ୍ଲାପାଳ, ସିଡିଏମ୍ଓ ଏବଂ ମ୍ୟୁନସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି ।
ସର୍ବଭାରତୀୟ ସ୍ତରରେ କିଛି ପରିମାଣରେ ବଢୁଛି ୪ରୁ ୫ଟି ରାଜ୍ୟରେ ବଢିବାରେ ଲାଗିଛି । ତେବେ ଓଡ଼ିଶାରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ଠିକଠାକ୍ ରହିଛି । କିନ୍ତୁ କେବେ ବି ସଂକ୍ରମଣ ବଢିପାରେ । ତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । କ୍ଲଷ୍ଟର ଆଉଟ୍ ବ୍ରେକ୍ ଉପରେ ନଜର ରଖିବା ସହ କରୋନା ଟେଷ୍ଟ ବଢାଇବାକୁ କୁହାଯାଇଛି । ମହାମାରୀ ସମ୍ପୂର୍ଣ୍ଣ ରୂପେ ଯାଇନି । ଅନ୍ୟ ରାଜ୍ୟ ପରି ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିଲେ, ତା ପୂର୍ବରୁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।
ସେପଟେ ଦେଶରେ ପୁଣି ବଢ଼ୁଛି କରୋନା କେସ୍ । ଗତକାଲିଠୁ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତରୁ ଅଧିକ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୧, ୨୪୭ ଜଣ ଚିହ୍ନଟ ହୋଇଥିଲେ । ସେହିପରି ଆଜିର ବର୍ଦ୍ଧିତ ସଂଖ୍ୟା ପରେ ପଜିଟିଭିଟି ରେଟ୍ ବି ବଢ଼ିଛି । ଏବେ ୦.୪୯ପ୍ରତିଶତ ରହିଛି ଦେଶରେ ପଜିଟିଭିଟି ରେଟ୍। ସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)