• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ୧୨ ତାରିଖ ଠାରୁ ସଂକ୍ରମଣ କମିବା ଆରମ୍ଭ ହୋଇଛି, ହେଲେ ଟେଷ୍ଟିଂ କମି ନାହିଁ । ବର୍ତ୍ତମାନ ମଧ୍ୟ ରାଜ୍ୟରେ ଦୈନିକ ୭୦ ହଜାର ଉପରେ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଆମେ ପିକ୍ ଛୁଇଁଛେ ନା ନାହିଁ ଏଥିପାଇଁ ପାଇଁ ଆଉ ୨ରୁ ୪ ଦିନ ଅପେକ୍ଷା କରିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।

କାରଣ ଦ୍ୱିତୀୟ ଲହରରେ ଜୁଲାଇ ମାସରେ କମିବ ବୋଲି ଅନେକ ବିଶେଷଜ୍ଞ ଆକଳନ କରିଥିଲେ । କିନ୍ତୁ ସଂକ୍ରମଣ କମିବାକୁ ଅକ୍ଟୋବର ମାସ ଯାଏଁ ସମୟ ଲାଗିଥିଲା । ଆସନ୍ତା କିଛି ଦିନ ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଆମେ ଦେଶ ଅପେକ୍ଷା ଭଲ ସ୍ଥିତରେ ଅଛନ୍ତି । ପଜିଟିଭିଟି ହାର ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୩୭ ବାହାରିଛନ୍ତି । ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨ ହଜାର ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୫୨୦କୁ ବୃଦ୍ଧି ପାଇଛି ।