Advertisment

COVID-19 Case in Cuttack: ଭୁବନେଶ୍ୱର ପରେ କଟକରେ କୋଭିଡ୍, ଆକ୍ରାନ୍ତଙ୍କର ନାହିଁ ଟ୍ରାଭେଲ ହିଷ୍ଟ୍ରି

ରାଜ୍ୟରେ ୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଟ୍ୱିନସିଟିରେ ପଶିଲା କରୋନା । ଭୁବନେଶ୍ୱର ପରେ କଟକରେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Covid Case Detected

Covid Case Detected

Advertisment

ଭୁବନେଶ୍ୱର ପରେ କଟକରେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । କଟକ ସହରରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ  CDMO ପ୍ରଶାନ୍ତ ହୋତା । ଆକ୍ରାନ୍ତଙ୍କର ବୟ ୪୪ ବର୍ଷ ହୋଇଥିବାବେଳେ ତାଙ୍କର ନିକଟରେ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସୂଚନା ରହିଛି । ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ପରେ ଟେଷ୍ଟରେ ପଜିଟିଭ ଆସିଥିବା ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟିନରେ ରହିଛନ୍ତି ।

Advertisment

ଦେଶରେ ବଢିଚାଲିଛି କୋଭିଡ ମାମଲା । ଗତ ୨୨ ତାରିଖରେ ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ ଚିହ୍ନଟ ମାମଲା ଚିହ୍ନଟ ହୋଇଥିଲା। ଉତ୍ତର ଭାରତର ବିଭିନ୍ନ ସ୍ଥାନ ବୁଲିବା ପରେ ଦିଲ୍ଲୀ ହୋଇ ଭୁବନେଶ୍ୱର ଫେରିଥିବା ୭୫ ବର୍ଷୀୟ ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ବର୍ତ୍ତମାନ କଟକରେ ଦ୍ୱିତୀୟ ମାମଲା ସାମନାକୁ ଆସିଛି । ଗତକାଲି ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସଜାଗ ଥିବା ସୂଚନା ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଥିଲେ, "କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି । ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି । ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ ।" 

ଅଧିକ ପଢନ୍ତୁ : ଓଡ଼ିଶାରେ ପଶିଲା କରୋନା, ଜଣେ ଦିଲ୍ଲୀ ଫେରନ୍ତା କୋଭିଡ୍ ପଜିଟିଭ୍

COVID-19 Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ