/odishatv-khabar/media/post_attachments/uploadimage/library/16_9/16_9_0/Covid_19_1656126741.jpg)
Covid 19
କରୋନା ଲଢ଼େଇରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ଅତିକ୍ରମ କରିବାକୁ ଯାଉଛି । ଭାରତରେ ଖୁବ୍ଶୀଘ୍ର ଆସିପାରେ ୭ରୁ ୧୧ ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ୍ ଟିକା । ପୁଣେ ସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଟିକା କୋଭୋଭ୍ୟାକ୍ସ ଟିକାକୁ ୭ରୁ ୧୧ ବର୍ଷ ବୟସର ପିଲାଙ୍କୁ ଦିଆଯିବା ପାଇଁ ସୁପାରିଶ କରିଛି DCGIର ବୈଷୟିକ ବିଶେଷଜ୍ଞ କମିଟି । ଏନେଇ ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଥିପାଇଁ DCGI ବା ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ସେପଟେ ଦେଶରେ ଲଗାତାର ଭାବେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପୂର୍ବରୁ ଜୁନ୍ ୧୩ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ ଏନେଇ ଆଲୋଚନା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ତବୀୟ । କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଟିକାକରଣ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)