covid
ଆଉ କେବଳ ଭୁବନେଶ୍ବର କି କଟକ ନୁହେଁ, ଏବେ ଅନ୍ୟ ସହର ଓ ଜିଲ୍ଲାକୁ ବ୍ୟାପିଲାଣି କରୋନା। ୫ ନୂଆ ଜିଲ୍ଲାକୁ ମିଶାଇ ମୋଟ୍ ୭ଟି ଜିଲ୍ଲାକୁ ଛୁଇଁଲାଣି କୋଭିଡ୍। ଏହା ଭିତରେ କେବଳ ଗତକାଲି ଗୋଟିଏ ଦିନରେ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୌଣସି ରୋଗୀ ଏବେ ଗୁରୁତର ନାହାନ୍ତି। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।
ମାଡୁଛି କରୋନା। ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି ରୋଗ। ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି କୋଭିଡ୍। ଏ ଯାଏଁ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ତା ପଛକୁ ରହିଛି କଟକ ଜିଲ୍ଲା, ଯେଉଁଠି ୯ ଜଣ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। ସେହିପରି ପୁରୀ, ଜଗତସିଂହପୁର, ବାଲେଶ୍ବର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କେବଳ ଗତକାଲି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭ ନୂଆ କରୋନା ରୋଗୀ। ଏସବୁ କେସ୍ କୁ ମିଶାଇ ରାଜ୍ୟର ମୋଟ୍ କୋଭିଡ୍ ରୋଗୀଙ୍କ ସଂଖ୍ୟା ୩୦ରେ ପହଞ୍ଚିଲାଣି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ସକ୍ରିୟ ରୋଗୀ ସଂଖ୍ୟା ୨୩ ରହିଛି। କେହି ଗୁରୁତର ନାହାନ୍ତି।
ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ
କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଖୁବଶୀଘ୍ର ଏନେଇ ମାର୍ଗଦର୍ଶିକା ଜାରି କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତାସହ କହିଛନ୍ତି, ଭାରତ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ଯଦି କେନ୍ଦ୍ର ସରକାର କିଛି ଗାଇଡଲାଇନ୍ ଜାରି କରିବେ, ତାହା ଲାଗୁ କରାଯିବ। ଏହାଛଡ଼ା ରାଜ୍ୟ ସରକାର ମଧ୍ୟ ଖୁବଶୀଘ୍ର କିଛି ମାର୍ଗଦର୍ଶିକା ଜାରି କରିପାରନ୍ତି ବୋଲି ସେ ସଂକେତ ଦେଇଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଦେଶରେ ଏବେ ଦେଖାଦେଉଥିବା କରୋନା ଭୂତାଣୁ ଓମିକ୍ରନ୍ ର ସବ୍ ଭାରିଆଣ୍ଟ। ଏହା ସଂକ୍ରାମକ କିନ୍ତୁ ଘାତକ ହେବନାହିଁ। ତେବେ ବହୁବିଧ ରୋଗୀ, ବୟସ୍କ ବ୍ୟକ୍ତି ଓ ଗର୍ଭବତୀମାନେ କୋଭିଡ୍ ସତର୍କତା ପାଳନ କରିବା ଆବଶ୍ୟକ।କାଶ, ଥଣ୍ଡା ଥିବା ଲୋକଙ୍କଠୁ ଦୂରେଇ ରହିବା ଉଚିତ୍। ସାରା ଦେଶରେ ଆଜି ସୁଦ୍ଧା ଆକ୍ଟିଭ୍ କୋଭିଡ୍ କେସ୍ ସଂଖ୍ୟା ୫ ହଜାର ୩୬୪ ଥିବା ବେଳେ, ଗଲା ୨୪ ଘଣ୍ଟାରେ ୪୯୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covid_1749223533.jpg)